ସମ୍ବଲପୁର, (ବାଘୁଆବାର୍ତ୍ତା): ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଯବାନଙ୍କ ସ୍ତ୍ରୀ । ୧୫ ଦିନ ଧରି ଅଚେତ୍ ଥିବା ପ୍ରସୂତି ପତ୍ନୀ ଓ ନବଜାତକ ଶିଶୁ କନ୍ୟାକୁ ଛାଡି ସୀମାକୁ ଯାଇଥିବା ଯବାନଙ୍କ ପତ୍ନୀ ଆଜି ଆଖି ବୁଜିଛନ୍ତି। ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଲ୍ଟି ଅର୍ଗାନ ଫେଲିୟର ହେବା ପରେ ତାଙ୍କର ମୃତ୍ୟୁଘଟିଥିବା ଜଣାପଡିଛି । ଖବର ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଟେଙ୍ଗନାମାଲ ଗାଁର ଦେବରାଜ ଗଣ୍ଡ ସଶସ୍ତ୍ର ସୀମା ବଳରେ କାର୍ଯ୍ୟରତ ଥିବା ବେଳେ ସ୍ତ୍ରୀ ଲିପି ଗଣ୍ଡ ୨୮ ତାରିଖରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ସେହି ସମୟରେ ଦେବରାଜ ସାଙ୍ଗରେ ଥିଲେ । ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲାରେ ଆଇସିୟୁରେ ଅଚେତ ଅବସ୍ଥାରେ ୨୯ ତାରିଖରୁ ଥିଲେ ଲିପି । ତେବେ ସଶସ୍ତ୍ର ସୀମା ବଳରୁ କଲ୍ ଆସିବାପରେ ସ୍ତ୍ରୀ ଓ ଶିଶୁକୁ ଛାଡି ସୀମା ଅଭିମୁଖେ ଦେବରାଜ । ୨ଦିନ ତଳେ ବୁର୍ଲାରେ ସ୍ତ୍ରୀ ଓ ଶିଶୁ କନ୍ୟାକୁ ଛାଡି ସେ ସୀମାରେ ବାହାରିଥିଲେ ।





