Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନେତାଙ୍କ ଆର୍ଶିବାଦରେ ଚାଲୁଛି ଦହିଖାଇ ଖଣି

by ସଞ୍ଜୟ ସ୍ୱାଇଁ
May 13, 2025
in Nayagarh
ନେତାଙ୍କ ଆର୍ଶିବାଦରେ ଚାଲୁଛି ଦହିଖାଇ ଖଣି
306
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ବେଳେ ଏବେ ନୂଆ ଫଣ୍ଡା ଆପଣାଇଛି ଖଣି ବିଭାଗ । ଖଣି ମାଫିଆମାନେ ବିଜେପି ଲିଙ୍କରେ ଥିଲେ ସାତଖୁଣ ମାଫ୍ କରାଯାଉଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଅନେକ ଖଣିର ସାଟେଲାଇଟ୍ ସର୍ଭେ କରାଯାଇଥିବା ବେଳେ କିଛି ଖଣିକୁ ଜରିମାନା କରାଯିବା ଏବଂ ଅନ୍ୟ କିଛି ଖଣିକୁ ଜାଣିଶୁଣି ଘଣ୍ଟା ଘୋଡ଼ା ଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲା ଖଣି ଅଧିକାରୀ ଓ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନେକ ଲିଜ୍ଧାରୀ । ଦଳ ଚାପାରେ ଖଣି ଅଧିକାରୀ ଚେପା ହୋଇଯାଉଥିବା ଅଭିଯୋଗ ହେଉଛି । ନେତାଙ୍କ ସ୍ମିତ ହାସ୍ୟରେ ବେଆଇନ କାର୍ଯ୍ୟ ପ୍ରତି ଆଖିବୁଜି ଦିଆଯାଉଛି । ସେହିଭଳି ଏକ ଘଟଣା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲ ଅଞ୍ଚଳରେ ଦେଖାଯାଇଛି । ଜିଲ୍ଲାର ବିଭିନ୍ନ ଖଣିରେ ଖଣି ଅଧିକାରୀ ଓ ପୁଲିସ ଚଢ଼ାଉ କରି ବାହାବା ସାଉଣ୍ଟୁଥିବା ବେଳେ ଦହିଖାଇ ଖଣି ପ୍ରତି ଆଖିବୁଜି ଦେବାର କାରଣ କ’ଣ ବୋଲି ପ୍ରଶ୍ନ ଉଠିଛି । ନୟାଗଡ଼ ଜିଲ୍ଲା ସିଂଘାପଡ଼ା ପଞ୍ଚାୟତ ବେଡ଼ାଙ୍ଗୀ ମୈାଜାରେ ରହିଥିବା ଏହି ଖଣିରେ ବେଆଇନ ଖନନ ଚାଲୁଛି । ଅନୁମତିଠାରୁ ଶହେ ଗୁଣ ଅଧିକ ଖଣି ଖନନ କରାଯାଇଥିବା ବେଳେ ବେଆଇନ ବ୍ଲାଷ୍ଟିଂ କରାଯାଉଛି । ତହସିଲ ପକ୍ଷରୁ ଏହି ଖଣି ନିଲାମ କରାଯାଇଥିବା ବେଳେ ୨ ହଜାରରୁ ୩ ହଜାର କ୍ୟୁବିକ୍ ମିଟର ଖଣି ଖନନ ପାଇଁ ଅନୁମତି ଦିଆଯାଇଥିଲା । ଏହି ଖଣି ଏବେ ୨ ଲକ୍ଷ କ୍ୟୁବିକ୍ ମିଟର୍ ଖନନ ହୋଇ ସାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି ଏହି ଖଣି ଚାଲିଥିବା ବେଳେ କାହିଁକି ତହସିଲ, ଖଣି ବିଭାଗ ଓ ପୁଲିସ ନୀରବ ଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହୋଇଛି । ବେଆଇନ ବ୍ଲାଷ୍ଟିଂ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ସ୍ଥାନୀୟ ବିଧାୟକଙ୍କ ପରୋକ୍ଷ ସମର୍ଥନ ଏହି ଖଣି ମାଫିଆଙ୍କ ପ୍ରତି ରହିଥିବା ଆଲୋଚନା ହେଉଛି । ଖଣି ଅଧିକାରୀ ଉକ୍ତ ଖଣିର ସାଟେଲାଇନ ସର୍ଭେ କରି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!