ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଦେଶରୁ ପୁଅ ଆସିଲେ ଯିଏ ଟଙ୍କା ଖୋଜେ ନାହିଁ । ପ୍ରଥମେ ପଚାରେ ଖାଇଛୁ କି ନାହିଁ । ଭଗବାନ ସବୁଠାରେ ରହିପାରିବେ ନାହିଁ ତେଣୁ ସେ ମା’ ସୃଷ୍ଟି କରିଛି । ମା’। ଯାହାର ଡାକରେ ଭରି ରହିଥାଏ ଅସରନ୍ତି ସ୍ନେହ । ଯାହାର ପଣତ କାନି ପିଲା ପାଇଁ ସମଗ୍ର ପୃଥିବୀ । ସେ ଆମକୁ ଦୁନିଆ ଦେଖାଇଛି । ହାତ ଧରି ଚାଲିବା ଶିଖାଇଛି । ଝୁଣ୍ଟି ପଡିଲେ ତାର ନାଁ ଆପେ ଆପେ ମୁହଁରେ ଆସିଯାଏ । ଘରୁ ବାହାରକୁ ଗଲେ ଫେରିବା ବାଟକୁ ଚାହିଁ ବସିଥାଏ । ପାଖରେ ଥାଏ ଅମାପ ଭଲପାଇବା ଅସରନ୍ତି ସ୍ନେହ । ପିଲା ଉପରେ ଆଞ୍ଚ ଆସିଲେ ମା’ପାଲଟିଯାଏ ବାଘୁଣୀ । ସେଥିପାଇଁ ତ କୁହାଯାଏ ମା’ଥିଲେ ଡର କାହାକୁ । ସେହି ମା’ଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବାକୁ ପ୍ରତିବର୍ଷ ମେ ୧୧ ତାରିଖକୁ ଅନ୍ତର୍ଜାତୀୟ ମାତୃ ଦିବସ ଭାବେ ପାଳନ କରାଯାଏ । ମା’ର ତ୍ୟାଗ ବଳିଦାନକୁ ସମ୍ମାନ ଦେବାକୁ ପ୍ରତିବର୍ଷ ମେ’ ୧୧ ତାରିଖକୁ ଅନ୍ତର୍ଜାତୀୟ ମାତୃ ଦିବସ ଭାବରେ ପାଳନ କରାଯାଏ । ପ୍ରଥମେ ପ୍ରାଚୀନ ଗ୍ରୀସରେ ଆରମ୍ଭ ହୋଇଥିଲା ମାତୃ ଦିବସ । ୧୯୦୮ରେ ଯୁକ୍ତରାଷ୍ଟ୍ରରେ ଏନା ଜାର୍ଭିସ ନାମକ ଜମେ ଆମେରିକୀୟ ମହିଳା ମାତୃ ଦିବସ ପାଳନ କରିଥିଲେ । ସେ ତାଙ୍କ ମା’ଙ୍କୁ ବହୁତ ଭଲ ପାଉଥିଲେ । ତାଙ୍କୁ ସ୍ମୃତିକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କଲେ । ପରେ ପରେ ୟୁରୋପ, ଭାରତ ଅନ୍ୟ ଦେଶରେ ଏହାକୁ ସ୍ୱୀକୃତି ମିଳିଥିଲା । ଏହା ପରେ ପ୍ରତିବର୍ଷ ମେ’ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଏ ।





