Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦୩୬ ବେଳକୁ ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି

by ସଞ୍ଜୟ ସ୍ୱାଇଁ
May 9, 2025
in State
୨୦୩୬ ବେଳକୁ ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି
43
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ୨୦୩୬ ବେଳକୁ ଓଡ଼ିଶାର ଚିତ୍ର କେମିତି ଥିବ ତାହାର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ସରକାର । ବିକଶିତ ଭାରତ ୨୦୪୬ ଏବଂ ବିକଶିତ ଓଡ଼ିଶା ୨୦୩୬ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ୨୦୩୬ ବେଳକୁ ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି । ୨୦୪୭ ବେଳକୁ ଓଡ଼ିଶାର ଅର୍ଥନୀତି ୧.୫ ଟ୍ରିଲିୟନ ହେବ । ୨୦୩୬ ବେଳକୁ ୧ କୋଟି ପାର ହୋଇଥିବ ନିଯୁକ୍ତି ସୁଯୋଗ । ଅର୍ଥନୀତି ସୁଦୃଢ଼ ହେବା ସହ ପୃଷ୍ଟି ହୀନତା, ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ ସେବା ସୁନିଶ୍ଚିତ, ଯୁବ ମହିଳାଙ୍କୁ ସଶକ୍ତ କରିବା, ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବା ରହିଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ । ୨୦୩୬ ପାଇଁ ୩୬ଟି ସର୍ବୋଚ୍ଚ ପ୍ରାଥମିକ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପୋର୍ଟ, ମାଇନ୍ସ କ୍ଷେତ୍ରରେ ସରକାର ଆଗକୁ ବଢୁଛନ୍ତି । ଓଡ଼ିଶାରେ ଭିତ୍ତିଭୂମି ରହିଛି । ଏହାର ସଦୁପଯୋଗ କରୁଛନ୍ତି ସରକାର । ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଓ ନୀତି ଆୟୋଗର ସହଯୋଗ ରହିଛି । ଲୋକଙ୍କର ମତାମତକୁ ଭିତ୍ତିକରି ତିଆରି ହେଉଛି ଭିଜନ ଡକ୍ୟୁମେଣ୍ଟ । ଏଥିପାଇଁ AIର ବି ସହାୟତା ନିଆଯାଉଛି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବଡ ଉପଲବ୍ଧି ପାଇଁ ବଡ଼ ଚିନ୍ତାଧାରା ଆବଶ୍ୟକ । ଭିଜନ ଡକ୍ୟୁମେଣ୍ଟ ଜରିଆରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେବ । ଡବଲ ଇଞ୍ଜିନ ସରକାର ସୁଯୋଗ ଆଣି ଦେଇଛି । ଓଡ଼ିଶାରେ ବହୁତ ସୁଯୋଗ ଅଛି ଯାହାର ସରକାର ସୁଯୋଗ ଉପଯୋଗ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଓଡ଼ିଶା ପାଇଁ ପୂର୍ଣ୍ଣ ସହଯୋଗ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଭିଜନ ଡକ୍ୟୁମେଣ୍ଟର ଏକ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଇକୋ ଟୁରିଜିମ୍, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପ୍ରସ୍ତୁତ ଉପରେ ଗୁରୁତ୍ବ ଦିଆଯାଇଛି । ସହର ଭଳି ହେବ ଗାଁ । ସବୁ ପ୍ରକାର ସୁବିଧା ସୁଯୋଗ ରହିବ । ୨୦୩୬ ବେଳକୁ ୭୦ ପ୍ରତିଶତ ମହିଳାଙ୍କୁ କର୍ମଜୀବୀ କରିବାକୁ ଟାର୍ଗେଟ ରଖାଯାଇଛି । କର୍ପୋରେଟ ସେକ୍ଟରରେ ୧୦୦ ଲକ୍ଷ କୋଟି ଟଙ୍କା ଇନଭେଷ୍ଟମେଣ୍ଟ ଟାର୍ଗେଟ । ୫ ଲକ୍ଷ ନିଯୁକ୍ତି ଟାର୍ଗେଟ ରଖାଯାଇଛି । ସେଥିପାଇଁ ଟେକଷ୍ଟିଆଲ, ଖାଦ୍ୟ ପ୍ରକ୍ରିୟାକାରଣକୁ IT, ITES ଭଳି ନିଯୁକ୍ତି ସୁଯୋଗଭିତ୍ତିକ କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଉଛି । ବିଶ୍ଵସ୍ତରୀୟ ସହରର ପରିକଳ୍ପନା କରାଯାଉଛି । କଟକ-ଭୁବନେଶ୍ୱର-ପୁରୀ ଓ ଝାରସୁଗୁଡ଼ା-ବରଗଡ଼-ସମ୍ବଲପୁରକୁ ନେଇ ସହରାଞ୍ଚଳର ପରିକଳ୍ପନା କରାଯାଉଛି । ଭିଜନ ଡକ୍ୟୁମେଣ୍ଟ ପାଇଁ ଆସିଥିବା ୩ ଲକ୍ଷ ୨୦ ହଜାର ମତାମତରୁ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ମତାମତ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!