Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେନାର ମନୋବଳ ବଢାଇବା ପାଇଁ ତ୍ରିରଙ୍ଗା ଯାତ୍ରା

by ସଞ୍ଜୟ ସ୍ୱାଇଁ
May 9, 2025
in State
ସେନାର ମନୋବଳ ବଢାଇବା ପାଇଁ ତ୍ରିରଙ୍ଗା ଯାତ୍ରା
95
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜ୍ୟ କଂଗ୍ରେସ ତରଫରୁ ଆୟୋଜିତ ହୋଇଛି ତ୍ରିରଙ୍ଗା ଯାତ୍ରା । ତ୍ରିରଙ୍ଗା ଯାତ୍ରାରେ ୧୦୦ ମିଟରର ଜାତୀୟ ପତାକା ଉଡାଇଛି କଂଗ୍ରେସ ଦଳ । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏହି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି । ଭାରତର ବୀର ଯବାନ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକ୍ରମକୁ ଦମନ କରିବା ପାଇଁ ଯେଉଁ ସାହସ, ପରାକ୍ରମ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି ତାର ସମ୍ମାନର୍ଥେ ଏହି ତ୍ରିରଙ୍ଗା ଯାତ୍ରା କରାଯାଉଛି । ରାମ ମନ୍ଦିର ଛକରୁ ଏହି ତ୍ରିରଙ୍ଗା ଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଥିଲା । ଏହି ଯାତ୍ରାରେ କଂଗ୍ରେସ ଅନେକ ବରିଷ୍ଠ ନେତା, ବିଧାୟକ ଏବଂ କର୍ମୀ ସାମିଲ ହୋଇଛନ୍ତି । ଭାରତୀୟ ସେନାର ମନୋବଳ ବଢାଇବା ପାଇଁ ଆମେ ଏହି ଯାତ୍ରା କରିଛୁ । ଭାରତୀୟ ସେନାଙ୍କୁ ଆମେ ସାଲାମ କରୁଛୁ । ଆତଙ୍କବାଦୀ ବିରୋଧରେ ଯେଉଁଭଳି ଲଢେଇର ଆବଶ୍ୟକତା ରହିଥିଲା ଭାରତୀୟ ସେନା ତାହା କରୁଛି । ପାକିସ୍ତାନର ହମଲାର ଉଚିତ ଜବାବ ଦେଇଛନ୍ତି ଭାରତୀୟ ସେନା । ଆଗକୁ ମଧ୍ୟ ପାକିସ୍ତାନକୁ ଜବାବ ଦିଆଯିବ । ପୁରା ଦେଶ ଭାରତୀୟ ସେନାଙ୍କ ସହ ରହିଛି, ଭାରତୀୟ ସେନା ଆଗକୁ ବଢ଼ନ୍ତୁ ଆମେ ଭାରତୀୟ ସେନାଙ୍କ ସହ ରହିଛୁ । ପାକିସ୍ତାନକୁ ଖଣ୍ଡ ବିଖଣ୍ଡିତ କରି ବେଲୁଚିସ୍ତାନକୁ ଭାରତୀୟ ସେନା ସ୍ୱାଧୀନ କରନ୍ତୁ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!