Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହୋଇପାରୁନି ଶ୍ରମିକଙ୍କ ନାମ ପଞ୍ଜୀକରଣ, ବିଭାଗୀୟ ଅବହେଳା

by ସଞ୍ଜୟ ସ୍ୱାଇଁ
May 9, 2025
in State
ହୋଇପାରୁନି ଶ୍ରମିକଙ୍କ ନାମ ପଞ୍ଜୀକରଣ, ବିଭାଗୀୟ ଅବହେଳା
58
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ଶ୍ରମ ବିଭାଗର ଚରମ ଅବହେଳା, ଉଦାସୀନତା ତଥା ଅବହେଳା ପାଇଁ ଦେବଗଡ଼ ଜିଲାରେ ବହୁ ଶ୍ରମିକ ବଞ୍ଚିତ ହୋଇଥିବା ବେଳେ ଶତାଧିକ ଶ୍ରମିକଙ୍କର କାର୍ଡ ନବୀକରଣ ହୋଇପାରୁନାହିଁ। ଏପରିକି ଅନ୍ଲାଇନ୍ ଯୋଗେ ଆବେଦନ କରିଥିଲେ ହେଁ ଶହଶହ ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇପାରିନାହିଁ। ଫଳରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି। ଏପରିକି ବିବାହ କାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା ଓ ଶିକ୍ଷା ସହାୟତା ପାଇବାରୁ ବଞ୍ଚିତ ହେବା ସହ ସେମାନଙ୍କ ମଧ୍ୟରେ ଘୋର ହତାଶା ଭାବ ପ୍ରକାଶ ପାଇଛି। ଫଳରେ ଦେବଗଡ଼ ଜିଲା ଶ୍ରମିକ ଟ୍ରେଡ୍ ୟୁନିଅନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇବା ସହ ଏହାର ସମାଧାନ ପାଇଁ ଶ୍ରମ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଦାବି କରାଯାଇଛି। ଜିଲା ଶ୍ରମିକ ଟ୍ରେଡ୍ ୟୁନିଅନର ସଭାପତି ନିରାକାର ପ୍ରଧାନ, ଉପସଭାପତି କୃଷ୍ଣଚନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ପ୍ରଧାନ, ସହସମ୍ପାଦକ ମନୋଜ ଦଣ୍ଡିଆ, କାର୍ଯ୍ୟକାରୀ କମିଟି ସଦସ୍ୟ ଡୋଳାକାର ଭୋଇ ଓ ଉପଦେଷ୍ଟା ହୀରାଧର ସାହୁଙ୍କ ସମେତ ଟ୍ରେଡ୍ ୟୁନିଅନର ବହୁ ସଦସ୍ୟ ଓ କର୍ମକର୍ତ୍ତା ଦେବଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇ ଜିଲା ଶ୍ରମ ଅଧିକାରିଣୀଙ୍କୁ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଜିଲା ଶ୍ରମିକ ଟ୍ରେଡ୍ ୟୁନିଅନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବା ସହ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଉକ୍ତ ସ୍ମାରକପତ୍ର ଜରିଆରେ ଲିଖିତ ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ଜିଲା ଶ୍ରମିକ ଟ୍ରେଡ୍ ୟୁନିଅନ ପକ୍ଷରୁ ନାମ ପଞ୍ଜୀକରଣ, ନବୀକରଣ ଓ ବିବାହ କାଳୀନ ସହାୟତା ନିମନ୍ତେ ପ୍ରାୟ ୩୦୦ ଜଣ ଶ୍ରମିକଙ୍କ ନାମ ସୁପାରିସ କରାଯାଇଥିଲା। ମାତ୍ର ଇତିମଧ୍ୟରେ ପାଞ୍ଚ ମାସ ବିତିଯାଇଥିଲେ ହେଁ ବିଭାଗୀୟ ଅବହେଳା ଓ ଉଦାସୀନତା ଯୋଗୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଅବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବ ଯୋଗୁ ସଠିକ୍ ସମୟରେ କାର୍ଯ୍ୟ ହୋଇପାରୁନାହିଁ ବୋଲି ଜିଲା ଶ୍ରମ ଅଧିକାରିଣୀ ସଫେଇ ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!