Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟରେ ଆହୁରି ୬ ଦିନ ତାତି, ୧୬ରେ ଲଘୁଚାପ

by ସଞ୍ଜୟ ସ୍ୱାଇଁ
May 9, 2025
in State
ରାଜ୍ୟରେ ଆହୁରି ୬ ଦିନ ତାତି,  ୧୬ରେ ଲଘୁଚାପ
40
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଆରମ୍ଭ ହୋଇଛି ଅସହ୍ୟ ଗୁଳୁଗୁଳି। ଉପକୂଳ ଓଡ଼ିଶାରେ ବାୟୁମଣ୍ଡଳରେ ଆର୍ଦ୍ରତା ଗୁଳୁଗୁଳିକୁ ବୃଦ୍ଧି କରିଛି। ତାପମାତ୍ରା ୪୦ ଡିଗ୍ରୀ ତଳେ ରହୁଥିଲେ ମଧ୍ୟ ଅନୁଭବ ତାପମାତ୍ରା (ଫିଲ୍ ଲାଇକ୍ ଟେମ୍ପରେଚର) ୪୫ରୁ ୪୮ ଡିଗ୍ରୀ ରହିଛି। ଉପକୂଳ ଓଡ଼ିଶାରେ ଏହି ସ୍ଥିତି ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଜାରି ରହିବ ଓ ଆସନ୍ତା ୧୦ ତାରିଖରୁ ତାପମାତ୍ରା ବୃଦ୍ଧି ପରେ ଗ୍ରୀଷ୍ମଲହରୀ ପରିସ୍ଥିତି ସୃଷ୍ଟି ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଅପରପକ୍ଷରେ ଆସନ୍ତା ୧୬ ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଅଧିକ ଘନୀଭୂତ ହୋଇପାରେ ବୋଲି ଅଧିକାଂଶ ମଡେଲ୍ ଆକଳନ କରୁଛନ୍ତି। ଯେହେତୁ ବର୍ତ୍ତମାନ ପ୍ରାକ୍ ମୌସୁମୀ ବାତ୍ୟା ଋତୁ ଜାରି ରହିଛି, ସେଥିପାଇଁ ଏହି ପାଣିପାଗ ଜନିତ ସ୍ଥିତି ଉପରେ ଆଇଏମ୍ଡି ନଜର ରଖିଛି। ୨୦୨୧ ମସିହା ମେ’ ମାସ ୨୩ରେ ସାମୁଦ୍ରିକ ଝଡ଼ ‘ୟସ’ ଘନୀଭୂତ ହୋଇ ୨୬ରେ ଓଡ଼ିଶାରେ ସ୍ଥଳଭାଗ ଅତିକ୍ରମ କରିଥିଲା। ଏଥିପାଇଁ ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହେଲେ ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଯଦିଓ ବର୍ତ୍ତମାନ ସୁଦ୍ଧା ସମ୍ଭାବ୍ୟ ଲଘୁଚାପ ସମ୍ପର୍କରେ ଆଇଏମ୍ଡି କୌଣସି ଆକଳନ କରି ନାହିଁ, ହେଲେ ଗୁରୁବାର ବିଭାଗ ପକ୍ଷରୁ ଜାରି ହୋଇଥିବା ବିସ୍ତାରିତ ପରିସର ଆକଳନରେ ବିଭିନ୍ନ ମଡେଲ୍ର ଆକଳନ ନେଇ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଏଥିରେ କିଛି ମଡେଲ୍ ଏହି ଲଘୁଚାପ ସୃଷ୍ଟି ପରେ ବାତ୍ୟା ହେବା ନେଇ ଆକଳନ କରୁଥିବା ବେଳେ କିଛି ମଡେଲ୍ ଏହା ବାତ୍ୟା ହୋଇ ଦିଗ ପରିବର୍ତ୍ତନ କରି ପାରେ ବୋଲି ଆକଳନ କରୁଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!