Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜନୀତି ହେଉ ,ଅବା କ୍ରୀଡା ,ପ୍ରତ୍ୟେକ କ୍ଷେତ୍ରରେ ସଫଳତା ସାଉଁଟିଛି ଆଜିର ନାରୀ

by ସଞ୍ଜୟ ସ୍ୱାଇଁ
March 9, 2021
in Feature News
ରାଜନୀତି ହେଉ ,ଅବା କ୍ରୀଡା ,ପ୍ରତ୍ୟେକ କ୍ଷେତ୍ରରେ ସଫଳତା ସାଉଁଟିଛି ଆଜିର ନାରୀ
317
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା): ନାରୀ ଗୋଟିଏ ମା,ନାରୀ ଗୋଟିଏ ପିଲା ,ନାରୀ ଗୋଟିଏ ସ୍ତ୍ରୀ ଏବଂ ନାରୀ ଗୋଟିଏ ଭଉଣୀ ।ଆଜିର ନାରୀ ଆତ୍ମନିର୍ଭରଶୀଳ , ପ୍ରଗତିକାମୀ,ଉଦ୍ୟମି ଏବଂ ସଶକ୍ତ।ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଓଡ଼ଗାଁ ବ୍ଲକ ଇନଡୋର ଷ୍ଟାଡିୟମଠାରେ ଓଡ଼ଗାଁ ,ବିଜୁ ମହିଳା ଜନତା ଦଳ ତରଫରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଅଛି ।
ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା ଉଦବୋଧନ ଦେଇଥିଲେ । ବର୍ତ୍ତମାନର ଦୁନିଆରେ ସମସ୍ତଙ୍କ ମଧ୍ୟରେ ମହିଳାଙ୍କ ନିମନ୍ତେ ମାନସିକତାର ପରିବର୍ତ୍ତନର ଆବଶ୍ୟକତା ଅଛି ଏହା ଦ୍ୱାରା ମହିଳାମାନଙ୍କ ପ୍ରତି ହିଂସା ହ୍ରାସ ପାଇବ ଏବଂ ମହିଳାମାନଙ୍କ କ୍ଷେତ୍ରରେ ସୁସ୍ଥ ସମାଜ ଗଠନ ହେବ ।ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦିଆ ଯାଉଥିବାବେଳେ ବର୍ତ୍ତମାନ ଦଳରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ଭାଗ ସଂରକ୍ଷଣ, ଏବଂ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସରକାରଙ୍କର ମହିଳାଙ୍କ ପ୍ରତି ଥିବା ଗୁରୁତ୍ୱକୁ ଦର୍ଶାଉଛି ବୋଲି ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ ନିଜ ଅଭିଭାଷଣରେ କହିଥିଲେ। ବିଶେଷ କରି ସରକାରଙ୍କର ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଅନେକ ନାରୀ ସ୍ୱାବଲମ୍ବୀ ହୋଇପାରିଛନ୍ତି ଯାହାକି ସମାଜରେ ନାରୀମାନଙ୍କୁ ସମ୍ମାନର ସହ ବଞ୍ଚିବା ନିମନ୍ତେ ସରକାରଙ୍କର ଏକ ଉତ୍ତମ ପ୍ରୟାସ ଏଥିରେ ଦ୍ବିମତ ନାହିଁ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁପ୍ରସାଦ ସାହୁ ,ପୂର୍ବତନ ସରପଞ୍ଚ ଦିବାକର ନାୟକ ,ବରିଷ୍ଠ ନେତା ନିତ୍ୟାନନ୍ଦ ପ୍ରଧାନ ,କୋରପିଠା ସରପଞ୍ଚ କୁମୁଦିନୀ ସାହୁ ,ରାବେରା ସରପଞ୍ଚ ବିଳାସିନୀ ସେନାପତି ,ସମିତି ସଭ୍ୟ ସୀତା ନାୟକ ,ଭାଡ଼ିକିଳା ସରପଞ୍ଚ ଗୀତାଞ୍ଜଳି ସାହୁ ,ସମିତି ସଭ୍ୟ ବିଜନ ପାଇକରାୟ ,ଶ୍ରମିକ ନେତା ସୂର୍ଯ୍ୟକାନ୍ତ ପଟ୍ଟନାୟକ ,ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!