Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ସ୍ଥାନରେ ବରିଷ୍ଠ ନାଗରିକଙ୍କ ଲାଗି ଆଶ୍ରୟସ୍ଥଳ

by ସଞ୍ଜୟ ସ୍ୱାଇଁ
May 8, 2025
in State
୪ ସ୍ଥାନରେ ବରିଷ୍ଠ ନାଗରିକଙ୍କ ଲାଗି ଆଶ୍ରୟସ୍ଥଳ
97
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପ ଉପରୁ ସହରର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ସେଥିଲାଗି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଜାରି ରହିଥିବା ନେଇ ଏସ୍ପି ବିନୀତ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ଅଗ୍ରୱାଲ କହିଛନ୍ତି, ବିଶେଷ ଭାବେ ଦେବସ୍ନାନ ପୂର୍ଣ୍ଣିମା ଲାଗି ଦୋଳବେଦି କୋଣ ଓ ମାର୍କେଟ ଛକରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ନିମନ୍ତେ ସହଯୋଗ କେନ୍ଦ୍ର ଖୋଲାଯିବ । ସେଠାରେ ସେମାନେ ସୁରକ୍ଷିତ ବସିବେ । ସେଠାରୁ ସେମାନଙ୍କୁ ପୁଲିସ ସହାୟତାରେ ନିଆଯାଇ ଠାକୁରଙ୍କୁ ଦର୍ଶନ ବ୍ୟବସ୍ଥା କରାଯିବ । ସେହିଭଳି ଟାଉନଥାନା ସମ୍ମୁଖ ଓ ମରିଚିକୋଟ ଛକଠାରେ ଦୁଇଟି ଛାୟା ସେଡ୍ ନିର୍ମାଣ କରାଯିବ । ସେଥିରେ ସେମାନେ ବିଶ୍ରାମ ନେବେ । ସେମାନଙ୍କ ନିମନ୍ତେ ହୁଇଲ ଚେୟାର ସହ ସହାୟକ ଦଳ ନିୟୋଜିତ ରହିବେ । ବର୍ତ୍ତମାନ ଚନ୍ଦନଯାତ୍ରା ଜାରି ରହିଥିବା ବେଳେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ଚେୟାର ବ୍ୟବସ୍ଥା କରାଯିବ । ସେମାନେ ସେଠାରେ ସୁରକ୍ଷିତ ଭାବେ ଠାକୁରଙ୍କ ଜଳକ୍ରୀଡ଼ା ଦେଖିପାରିବେ । ବରିଷ୍ଠ ନାଗରିକମାନେ ନଂ-୬୩୭୦୯୭୨୧୦୦ରେ ଯୋଗାଯୋଗ କରିପାରିବେ । ଏହି ନମ୍ବରରେ କିଛି ଅସୁବିଧା ହେଲେ ନୋଡାଲ ଅଫିସର ଡିଏସ୍ପି ତାରା ଜାସ୍ମିନ୍ ଗୁରିଆଙ୍କୁ ଯୋଗାଯୋଗ ନଂ-୯୪୩୭୩୯୦୦୯୬ରେ ପରାମର୍ଶ ନେଇପାରିବେ । ବରିଷ୍ଠ ନାଗରିକ ଏହି ନମ୍ବରକୁ ଯୋଗାଯୋଗ କରିଲେ ସେମାନଙ୍କ ନିକଟରେ ପୁଲିସର ସ୍ୱତନ୍ତ୍ର ଟିମ୍ ପହଞ୍ଚି ସହାୟତା କରିବ ବୋଲି ଏସ୍ପି ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ସହରରେ ପୁଲିସର ପାଟ୍ରୋଲିଂ ଜୋରଦାର କରିବାକୁ ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ବୁଧବାର ସନ୍ଧ୍ୟାରେ ଟାଉନ୍ଥାନା ସଭାକକ୍ଷରେ ପୁଲିସ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ୧୪୦ରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ । ଅତିରିକ୍ତ ଏସ୍ପି ସୁଶିଲ କୁମାର ମିଶ୍ର, ସଚିନ ପଟେଲ, ସୌମ୍ୟରଞ୍ଜନ ମଲ୍ଲିକ, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ଘନଶ୍ୟାମ ହେମ୍ବ୍ରମ, ବିଜୟ ନନ୍ଦ, ଟ୍ରାଫିକ ଡିଏସ୍ପି ରାଜକୁମାର ପରିଡ଼ା, ଟ୍ରାଫିକ ଥାନା ଅଧିକାରୀ ଜୟଦୀପ ମହାନ୍ତି, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶ ଓ ସିଂହଦ୍ୱାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!