Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁବନେଶ୍ଵର ରେ ଆୟୋଜିତ ହେବ ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ

by ସଞ୍ଜୟ ସ୍ୱାଇଁ
May 8, 2025
in State
ଭୁବନେଶ୍ଵର ରେ ଆୟୋଜିତ ହେବ ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ
109
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଓଡ଼ିଶା ରାଜ୍ୟ ରାଜଧାନୀ ଭୁବନେଶ୍ଵର ରେ ଆସନ୍ତା ୧୩ ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ। ଓଡ଼ିଶା ରାଜଧାନୀ ରେ ଅବସ୍ଥିତ ପୁରାତନ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “କଳିଙ୍ଗାୟନ ତୌର୍ୟତ୍ରିକମ” ଏହି କାର୍ଯ୍ୟକ୍ରମ କୁ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କରୁ ଅଛି। “କଳିଙ୍ଗାୟନ ତୌର୍ୟତ୍ରିକମ” ର ପ୍ରତିଷ୍ଠାତା ଓ ବରିଷ୍ଠ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ନିର୍ଦ୍ଦେଶକ ଅଂଶୁମାନ ମିଶ୍ର ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ଅବସରରେ ଏହାକୁ ୧୭ ବର୍ଷ ହେବ ଆୟୋଜିତ କରି ଆସୁଛନ୍ତି। ୧୭ତମ ଆନନ୍ଦ ଶ୍ରୀ ସମ୍ମାନ ରେ ସମ୍ମାନୀତ ହେବେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସୁଶ୍ରୀ ମୀନାକ୍ଷୀ ବେହେରା ଓ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଆଦି ଗୁରୁ ପଙ୍କଜ ଚରଣ ଦାସଙ୍କ ସୁପୁତ୍ର ଗୁରୁ ଶ୍ରୀ ଶରତ କୁମାର ଦାସ। ଏହି ଆୟୋଜିତ ସନ୍ଧ୍ୟା ରେ ଅତିଥି କଳାକାର ରୂପରେ ନୃତ୍ୟ ପରିବେଷଣ କରିବେ ଓଡିଶୀ ନୃତ୍ୟ ଶିଳ୍ପୀ ଆରୀୟା ନନ୍ଦୀ। ଏହି ବର୍ଷ ନୂତନ ଭାବେ “କଳିଙ୍ଗାୟନ ତୌର୍ୟତ୍ରିକମ” ଅନୁଷ୍ଠାନ ତରଫରୁ ପ୍ରଫେସର ରାଜ କିଶୋର ମିଶ୍ର ଙ୍କ ସ୍ମୃତି କୁ ମାନେ ରଖିବା ପାଇଁ ଅଧ୍ୟୟନ କ୍ଷେତ୍ର ରେ “ପ୍ରଫେସର ରାଜ କିଶୋର ମିଶ୍ର ମେମୋରିଆଲ ପୁରସ୍କାର” ପ୍ରଦାନ କରିବ। ଏହି ପୁରସ୍କାର ପାଇଁ ଭୁବନେଶ୍ଵର ସ୍ଥିତ ବିଜୁ ପଟ୍ଟନାୟକ କଲେଜ ର ମେଧାବୀ ଛାତ୍ରୀ ବିଦୁସ୍ମିତା ଓଝା ଙ୍କୁ ମୋନୋନିତ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!