ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ରୋଟାରୀ କ୍ଲବ ନୟାଗଡ଼ର ମିଳିତ ଆଲୁକୂଲ୍ୟରେ ଆଜି ଅପରାହ୍ନ ସମୟରେ ରୋଟାରୀ କ୍ଲବ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ରୂପଶ୍ରୀ ଚୈଧୁରୀ, ପରିବାର ଅଦାଲତ ଜଜ ପ୍ରଶାନ୍ତ କୁମାର ମିଶ୍ର, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରଞ୍ଜୁଲତା ଲେଙ୍କା, ମହିଳା ବିଚାରପତି ବର୍ଣ୍ଣାଳି ତ୍ରିପାଠୀ, ରେଜିଷ୍ଟାର ଚିତ୍ତରଂଜନ ମିଶ୍ର, ସବଜଜ୍ ଅମିତାଭ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମହାପାତ୍ରଙ୍କ ସମେତ ବହୁ ବିଚାର ବିଭାଗୀୟ ଅଧିକାରୀ ଓ ରୋଟାରୀ କ୍ଲବର ଅଧ୍ୟକ୍ଷ ନିରୁପମା ପଟ୍ଟନାୟକ, ବାର ଆଇନଜିବୀ ରଂଜିତ୍ ଦାସଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ଉକ୍ତ ମହିଳା ଦିବସର ଲକ୍ଷ, ଉଦ୍ଦେଶ୍ୟ ଓ ଏହାରୀ ଉପକାରିତା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ ମହିଳା ଯୋଗ ଦେଇ ନିଜ ନିଜର ମୌଳିକ ଅଧିକାର, ଦାୟୀତ୍ୱ, କର୍ତ୍ତବ୍ୟ ଏବଂ ସରକାରଙ୍କ ଦ୍ୱାରା ପ୍ରଣିତ ବହୁ ଆଇନ ବ୍ୟବସ୍ଥା ସଂପର୍କରେ ଜାଣିବାକୁ ପାଇଥିଲେ ।





