ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପି.ଏମ.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡା ପରିସରରେ ଛାତ୍ର ଶ୍ରୀମାନ ଦୀପକ କୁମାର ସାହୁଙ୍କୁ ଏ-୧ ଗ୍ରେଡରେ ଉତ୍ତିର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଅବସରପ୍ରାପ୍ତ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ଦାଶ ଯୋଗ ଦେଇଥିଲାବେଳେ, ସମ୍ମାନୀତ ଅତିଥି ରୁପେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୁରେଶ କୁମାର ପ୍ରଧାନ ଯୋଗ ଦେଇଥିଲେ । ନିଷ୍ଠା ଓ ଏକାଗ୍ରତା ଗୋଟିଏ ଛାତ୍ରକୁ ସଫଳତା ଆଣିବାରେ ସାହାଯ୍ୟ କରିଥାଏ ବୋଲି ମୁଖ୍ୟ ଅତିଥି ମତ୍ତ ବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥୀ ଉକ୍ତ ଉତ୍ସବରେ ଅଧ୍ୟଧତା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଦୀପକ ରାଜ୍ୟ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ତ୍ୱ ହାସଲ କରି ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିଲେ ।







