ସମ୍ବର୍ଦ୍ଧିତ କଲେ ସ୍କୁଲ ପରିଚାଳନା କମିଟି
ଶରଣକୁଳ, (ବାଘୁଆବାର୍ତ୍ତା): ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା କଟକ ପକ୍ଷରୁ ୨୦୨୫ ମସିହା ମାଟ୍ରିକ ଫଳାଫଳ ପ୍ରକଶ ପାଇଥିବା ବେଳେ ଶରଣକୁଳ କେ.ଏସ.ବି.ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ ମାନେ ବାଜିମାତ କରିଛନ୍ତି l ଏହି ବିଦ୍ୟାଳୟ ର ଦୁଇଜଣ ଛାତ୍ରଛାତ୍ରୀ ଏ ୱାନ ପାଇଥିବା ବେଳେ ଛାତ୍ର ଲକ୍ଷ୍ମୀ ଧର ସାହୁ ୫୬୦ ନମ୍ବର ରଖି ଓଡଗାଁ ବ୍ଲକ ଟପ୍ପର ହୋଇଛନ୍ତି l ସେହିପରି ଛାତ୍ରୀ ଦିବ୍ୟଦର୍ଶିନୀ ଭଟ୍ଟ ୫୪୬ ନମ୍ବର ରଖି ଏ ୱାନ ପାଇଥିବା ବେଳେ ବିଦ୍ୟାଳୟ ପରୀକ୍ଷାର୍ଥୀ ମାନେ ଶତ ପ୍ରତିଶତ ସଫଳତା ଆଣିଛନ୍ତି l

ଏଥିନେଇ ସୋମବାର ସ୍କୁଲ ପରିଚାଳନା କମିଟି ପକ୍ଷରୁ ଉଭୟ ଏ ୱାନ ଛାତ୍ରଛାତ୍ରୀଙ୍କ ସହିତ ଅଶୀ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି ଏ ୨ ପାଇଥିବା ତିନିଜଣ ଛାତ୍ରଛାତ୍ରୀ ବିଷ୍ନୁପ୍ରିୟା ମହାପାତ୍ର, ସୃଷ୍ଟିଧର ମହାପାତ୍ର ଓ ଏସ. ସାଇ ଶଙ୍କର ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି l ସ୍କୁଲ ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ପ୍ରକାଶ ଥାଉକି ଦୀର୍ଘ ଦଶ ବର୍ଷ ଧରି ଏହି ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ କ୍ରମାଗତ ଭାବେ ଏ ୱାନ ସହିତ ଶତ ପ୍ରତିଶତ ସଫଳତା ପାଇ ପାରିଛନ୍ତି l






