Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଧାନୀରେ କମୁଛି ଭୂତଳ ଜଳସ୍ତର

by ସଞ୍ଜୟ ସ୍ୱାଇଁ
May 4, 2025
in State
ରାଜଧାନୀରେ କମୁଛି ଭୂତଳ ଜଳସ୍ତର
43
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ହୁ’ ହୁ’ ବଢ଼଼ୁଛି ଜନସଂଖ୍ୟା। ଏହା ସାଙ୍ଗକୁ ତାଳଦେଇ ବଢ଼଼ିଚାଲିଛି କୋଠାବାଡ଼ି ଓ କଳ କାରଖାନା। ଏଥିପାଇଁ ସମସ୍ତେ ମନଇଚ୍ଛା ଭୂତଳ ଜଳ ଶୋଷିବାରେ ଲାଗିଛନ୍ତି। ଯେତିକି ପାଣି ଉତ୍ତୋଳନ ହେଉଛି, ସେହି ଅନୁପାତରେ ବର୍ଷା ଜଳ ରିଚାର୍ଜ ହେଉନି। ଫଳରେ ଭୂତଳ ଜଳ ଉଦ୍ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି। ଏହାର ସମାଧାନ ପାଇଁ ବର୍ଷା ଜଳ ସଂରକ୍ଷଣ କରିବାକୁ ସରକାରୀ ଓ ବେସରକାରୀସ୍ତରର ସମସ୍ତ କୋଠାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଧାରୁ ଅଧିକ ଏହାକୁ ଅନୁପାଳନ କରୁନାହାନ୍ତି। ଏମିତିକି ସରକାରୀସ୍ତରରେ ବର୍ଷା ଜଳ ସଂରକ୍ଷଣ ନେଇ ହୋଇଥିବା ପ୍ରକଳ୍ପ ଗୁଡ଼ିକର ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉନି। ଫଳସ୍ୱରୂପ ବର୍ଷା ଜଳ ସଂରକ୍ଷଣ ଉଦ୍ଦେଶ୍ୟ ସାଧିତ ହୋଇପାରୁନି। ଏଭଳି ସ୍ଥିତି ଲାଗି ରହିଲେ, ଆଗାମୀ ଦିନରେ ରାଜଧାନୀରେ ପାଣି ମିଳିବା କଷ୍ଟକର ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଲେଣି। ହେଲେ ପ୍ରଶାସନ କଡ଼ା ପଦକ୍ଷେପ ନେଉନି କି ଲୋକେ ବି ସଚେତନ ହେଉନାହାନ୍ତି। ରାଜଧାନୀରେ ବର୍ଷା ଜଳ ଅମଳ ଯୋଜନା କାର୍ଯ୍ୟକାରୀ କରିବା ନେଇ ବିଡିଏ ପକ୍ଷରୁ ଦୀର୍ଘ ବର୍ଷ ହେଲା ନିୟମ ଅଛି। ରାଜଧାନୀରେ ପ୍ରତି ଘରେ ବର୍ଷା ଜଳ ପୁନଃବ୍ୟବହାର, ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ ବିଡିଏ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ) ନିୟମରେ ଉଲ୍ଲେଖ ଅଛି। ହେଲେ ଏହାକୁ କେହି ମାନୁନାହାନ୍ତି। ବିଡିଏ ଓ ବିଏମ୍ସି ନିୟମ କେବଳ ଘର ପ୍ଲାନ୍ ଆବେଦନ ସମୟରେ ଦେଖିବାକୁ ଅଛି, ଲୋକ ପାଳନ କରୁଛନ୍ତି କି ନାହିଁ ତାହା ଦେଖିବାକୁ କେହି ନାହାନ୍ତି। ଯେଉଁଥିପାଇଁ ଆଜି ରାଜଧାନୀରେ ଭୂତଳ ଜଳସ୍ତର ବହୁତ କମିଗଲାଣି। ଏପରିକି ଲୋକଙ୍କ କୂଅ, ନଳକୂପ, ବୋରୱେଲ ଖରା ୪ମାସ ଶୁଖିଯାଉଛି। ସବୁଠୁ ବିଡ଼ମ୍ୱନାର ବିଷୟ, ରାଜଧାନୀରେ ଏବେ ଯିଏ ଘର କରିବା ପାଇଁ ବିଏମ୍ସି ଓ ବିଡିଏରୁ ଛୋଟ ହେଉ କି ବଡ଼ ଘର ନିର୍ମାଣ କରିବା ପାଇଁ ପ୍ଲାନ୍ ଆବେଦନ କରୁଛନ୍ତି; ସେଥିରେ ସମସ୍ତେ ବର୍ଷା ଜଳ ଅମଳ ବ୍ୟବସ୍ଥା ଦେଖାଉଛନ୍ତି। ଏହା ନ ଦେଖାଇଲେ ପ୍ଲାନ୍ ଅନୁମୋଦନ ହେବନି ବୋଲି ନିୟମ ଥିବାରୁ ଆର୍କିଟେକ୍ଟ ନକ୍ସାରେ ଏହାକୁ ରଖୁଛନ୍ତି। କିନ୍ତୁ ପ୍ଲାନ୍ ଅନୁମୋଦନ ହେବା ପରେ ଏହାକୁ କେହି ବି କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳୁନି। ଏପରିକି ବିଡିଏ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ) ନିୟମ ଏବଂ ଓଡ଼ିଶା ମହାନଗର ନିଗମ ଆଇନ୍, ୨୦୦୩ର ଧାରା ୩୦୨ ଅନୁଯାୟୀ ବିଡିଏ ଓ ବିଏମ୍ସି ଅଞ୍ଚଳରେ ଯେଉଁମାନେ ୩୦୦ ବର୍ଗମିଟର (୩୨୨୯.୧୭ ବର୍ଗଫୁଟ)ର ଘର କରିବେ, ସେମାନେ ଖୋଲା ଅଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା କରିବା ବାଧ୍ୟତାମୂଳକ। ସେହିପରି ୩୦୦ ବର୍ଗମିଟରଠାରୁ କମ୍ ଅଞ୍ଚଳର ଘର ପାଇଁ ବର୍ଷା ଜଳ ପୁନଃବ୍ୟବହାର କରିବାର ବ୍ୟବସ୍ଥା କରିବେ। ଏହି ନିୟମ ରାଜଧାନୀର ସମସ୍ତ ସରକାରୀ କୋଠା, ବେସରକାରୀ ଘର, ଆପାର୍ଟମେଣ୍ଟ, ପାର୍କ, ଖେଳପଡ଼ିଆ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ପାଇଁ ଲାଗୁ ହୋଇଛି। ହେଲେ ସମସ୍ତଙ୍କ ଘରେ ଛାତରୁ ପାଇପ୍ ତଳକୁ ଖସିଛି, କିନ୍ତୁ ମାଟି ତଳକୁ ପାଣି ଯାଉନି କି ବର୍ଷା ଜଳ ସଂରକ୍ଷଣ ହେଉନି। ସମସ୍ତଙ୍କୁ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଥିଲେ ହେଁ କେହି ଏହାକୁ ମାନୁନାହାନ୍ତି କି ବିଏମ୍ସି ଓ ବିଡିଏ ପକ୍ଷରୁ କଡ଼ାକଡ଼ି ଯାଞ୍ଚ ହେଉନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!