ନୟାଗଡ଼,(ବାଘୁଆବାର୍ତ୍ତା): ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ଚମ୍ପତ୍ତିପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ମହିଳାମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମହିଳା ଦିବସରେ ବ୍ୟାଙ୍କ ଅଫ୍ ବରୋଦାର ପରିଚାଳକ ଦେବାଶିଷ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସମର୍ଦ୍ଧନା ଉତ୍ସବରେ ନୟାଗଡ଼ ବ୍ଲକର ଓଏଲଏମ ସଂଯୁକ୍ତା କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉତ୍ସବରେ ୫୦ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ । ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ଏବଂ କାର୍ଯ୍ୟ ଶୈଳୀକୁ ତ୍ୱରାନିତ କରିବା ପାଇଁ ଚମ୍ପତ୍ତିପୁର ଶାଖାର ପରିଚାଳକ ଓ କ୍ୟାସିୟର ପ୍ରଫୁଲ୍ଲ କୁମାର ସାହୁ ଉକ୍ତ ସଭାରେ ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ସମସ୍ତ ଯୋଜନା ଗୁଡିକୁ ବିସ୍ତାର ଭାବେ ଆଲୋଚନା କରିଥିଲେ । ପରିଶେଷରେ ଅଗ୍ରଣୀ ଲାଭ କରିଥିବା ସ୍ୱୟଂସହାୟକ ଗୋଷ୍ଠୀକୁ ମୁଖ୍ୟ ଅତିଥି ପ୍ରଂଶସା ପତ୍ର ଓ ଟ୍ରଫି ଦେଇ ପୁରଷ୍କୃତ କରିଥିଲେ ।





