ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱର ର ଅଗ୍ରଣୀ ରୋଟାରୀ କ୍ଲବ କନଫ୍ଲୁଏନ୍ସ ତରଫରୁ ହୋଟେଲ ଶୀତଳ ସମ୍ମିଳନୀ କକ୍ଷରେ ୨୦୨୫ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।କ୍ଲବ ସଭାପତି ପ୍ରୀତ କୁମାର ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ଦୈନିକ ଭାସ୍କର ସମ୍ପାଦକ ପ୍ରଦୋଷ ପଟନାୟକ ମୁଖ୍ୟ ଅତିଥି, ଅଧ୍ୟାପକ ଡ଼ଃ ଦେବୀ ଲାଲ ମିଶ୍ର ମୁଖ୍ୟବକ୍ତା ଓ ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଚାଟର ପ୍ରେସିଡେଣ୍ଟ କୈଳାସ କାନୁନଗୋ ସଭାର ଉଦେଶ୍ୟ ଜ୍ଞାପନ କରି ବିଶ୍ୱର ପ୍ରଥି ତ ଜଷା ସାମ୍ବାଦିକ ଡା ୟୋ ଜେନିସ ଙ୍କ ସମ୍ପର୍କ ରେ ଆଲୋକପାତ କରି ତାଙ୍କ ନାମରେ ପୁରସ୍କାର ପ୍ରଦାନ କ୍ଲବ ର ମହତ ଅବଦାନର ଅବତାରଣା କରିଥିଲେ। ସମ୍ପାଦକ ରବୀନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବାପରେ ପ୍ରଭୁ ଜଗନ୍ନାଥ ଙ୍କୁ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ବିଧିବଦ୍ଧ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ ପ୍ରଜ୍ଞା ପରମିତା ସାହୁ ବହୁ ଝଡ଼ ଝଞ୍ଜା ବିପଦ ଏପରିକି ମରଣାତ୍ମକ ଆକ୍ରମଣ ର ଶିକାର ହୋଇ ମଧ୍ୟ ସାମ୍ବାଦିକ ମାନେ ଅନ୍ୟାୟ ଅନୀତି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବଜାୟ ରଖିବା ନିମିତ୍ତ ଅହରହ ଉଦ୍ୟମ ଜାରୀ ରଖିଛନ୍ତି। ଜାତିର ଜନକ ମହାତ୍ମା ଗାନ୍ଧୀ ମଧ୍ୟ ଜଣେ ଊଚ୍ଚକୋଟୀର ସାମ୍ନାଦିକ ଭାବେ ସୁନାମ ଅର୍ଜନ କରିଥିଲେ।ଗଣତନ୍ତ୍ର ଶାସନ ବ୍ୟବସ୍ଥାର ତିନୋଟି ସ୍ତମ୍ଭ ର କାର୍ଯ୍ୟକ୍ତମ କୁ ସଫଳ ରୂପାୟନ ଦିଗରେ ଜାଗ୍ରତ ପ୍ରହରୀ ସଦୃଶ ଏହି ଅଘୋଷିତ ତୃତୀୟ ସ୍ତମ୍ଭ କାର୍ଯ୍ୟ କରୁଥିବାରୁ ସାମାଜିକ ବ୍ୟବସ୍ଥା ଚାଲୁ ରହିଛି।ବ୍ରହ୍ମାସ୍ତ୍ର ଓ ପରମାଣୁ ବୋମା ଠାରୁ ସାମ୍ବାଦିକଙ୍କ ଲେଖନୀ ଆହୁରି ଶକ୍ତିଶାଳୀ ବୋଲି ମତ ପ୍ରକାଶ ପାଇଥିଲା ଏହି ଅବସରରେ ଅତିଥି ପ୍ରଦୋଷ ପଟନାୟକ, ଡ଼ଃ ଦେବୀଲାଲ ମିଶ୍ର ଓ ପଦ୍ମନାଭ ବିଶ୍ୱାଳଙ୍କ ସମେତ ୩୭ଜଣ ମୁଦ୍ରିତ ଓ ବୈଦୁତିକ ଗଣମାଧ୍ୟମ ର କାର୍ ସଫଳ ରୂପାୟନ ଦିଗରେ ଜାଗ୍ରତ ପ୍ରହରୀ ସଦୃଶ ଏହି ଅଘୋଷିତ ତୃତୀୟ ସ୍ତମ୍ଭ କାର୍ଯ୍ୟ କରୁଥିବାରୁ ସାମାଜିକ ବ୍ୟବସ୍ଥା ଚାଲୁ ରହିଛି। ବ୍ରହ୍ମାସ୍ତ୍ର ଓ ପରମାଣୁ ବୋମା ଠାରୁ ସାମ୍ବାଦିକଙ୍କ ଲେଖନୀ ଆହୁରି ଶକ୍ତିଶାଳୀ ବୋଲି ମତ ପ୍ରକାଶ ପାଇଥିଲା ଏହି ଅବସରରେ ଅତିଥି ପ୍ରଦୋଷ ପଟନାୟକ, ଡ଼ଃ ଦେବୀଲାଲ ମିଶ୍ର ଓ ପଦ୍ମନାଭ ବିଶ୍ୱାଳଙ୍କ ସମେତ ୩୭ଜଣ ମୁଦ୍ରିତ ଓ ବୈଦୁତିକ ଗଣମାଧ୍ୟମ ର କାର୍ଯ୍ୟରତ ପ୍ରତିନିଧି ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟର ଅନ୍ୟତମ ଅଗ୍ରଣୀ ତଥା ବହୁ ବିଧ ସାମାଜିକ କାର୍ଯ୍ୟକ୍ରମ ରେ ଜଡିତ ଟାଙ୍ଗୀ ବ୍ଲକସାମ୍ବାଦିକ ସଂଘ ର ତିନି ଜଣ ସକ୍ରିୟ ସଦସ୍ୟ ହିମାଂଶୁ ଭୂଷଣ ଚମ୍ପତ୍ତିରାୟ, ଦାଶରଥି ଶ୍ରୀଚନ୍ଦନ ଓ ପଦ୍ମନାଭ ବିଶ୍ୱାଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।





