Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ବ୍ଲକର ଆଦିତ୍ୟ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର, ମୋଟ ୯ ଜଣ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ

by ସଞ୍ଜୟ ସ୍ୱାଇଁ
May 3, 2025
in State
ରଣପୁର ବ୍ଲକର ଆଦିତ୍ୟ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର, ମୋଟ ୯ ଜଣ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ
105
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପ୍ରକାଶିତ ୨୦୨୫ ମାଟ୍ରିକ ପରୀକ୍ଷା ଫଳାଫଳରେ ରଣପୁର ବ୍ଲକର ବିଜ୍ଞାପିତ ପରିଷଦ ହରଚଣ୍ଡୀ ସାହି ର ମେଧାବୀ ଛାତ୍ର ଆଦିତ୍ୟ ପ୍ରସାଦ ପତି ୫୬୦ ନମ୍ବର ରଖି ରଣପୁର ବ୍ଲକ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେ ତାଙ୍କ ଦୃଢ଼ ପ୍ରତିବଦ୍ଧତା, କଠିନ ପରିଶ୍ରମ ଏବଂ ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ସହଯୋଗ ଦ୍ୱାରା ଏହି ସଫଳତା ଅର୍ଜନ କରିପାରିଛନ୍ତି। ଏହି ବର୍ଷ ରଣପୁର ବ୍ଲକରୁ ମୋଟ ୯ ଜଣ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି | ରାମଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ବିଷ୍ନୁପ୍ରିୟା ସାହୁ ୫୫୮ ନମ୍ବର ଓ ଆୟୁଷ୍ମାନ ସାହୁ ୫୪୭ ନମ୍ବର, ଗୋପାଳପୁର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ବରାଡ଼ ୫୫୦ ନମ୍ବର ଓ ବିଶ୍ୱଜିତ ସାହୁ ୫୪୭ ନମ୍ବର, ବ୍ରଜରାଜପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରୁଦ୍ର ପ୍ରତାପ ମହାପାତ୍ର ୫୪୪ ନମ୍ବର, ଅଡାଲ ଶଙ୍କର୍ଷଣ ବିଦ୍ୟାପୀଠ ର ସ୍ନେହଲତା ମୁଦୁଲି ୫୪୫ ନମ୍ବର ଓ ଶୁଭମ ବରାଡ଼ ୫୪୦ ନମ୍ବର, ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଅଶ୍ୱିନ ପ୍ରିୟ ଦର୍ଶିନୀ ୫୪୧ ନମ୍ବରରଖି ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି | ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଏହି ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଭବିଷ୍ୟତରେ ଆଉ ଭଲ କରିବାକୁ ଉତ୍ସାହିତ କରିଛନ୍ତି। ଏହି ଅବସରରେ ଆଦିତ୍ୟଙ୍କ ଅଭିଭାବକ ତାଙ୍କ ସନ୍ତାନଙ୍କ ସଫଳତା ଉପରେ ଗର୍ବିତ ଓ ଆନନ୍ଦିତ ଅନୁଭବ କରୁଛନ୍ତି। ଗ୍ରାମବାସୀ ମଧ୍ୟ ଏହି ସଫଳତାକୁ ଉତ୍ସବ ଭାବରେ ଅନୁଭବ କରୁଛନ୍ତି | ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଓ ସମ୍ପୂର୍ଣ୍ଣ ଶିକ୍ଷା ପରିବାର ଏହି ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!