ନୟାଗଡ଼,(ବାଘୁଆବାର୍ତ୍ତା): ଜାତୀୟ ଆଇନ ସେବା ପ୍ରାଧିକରଣ ତରଫରୁ ସର୍ବଭାରତୀୟ ଆଇନ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆଇନ ସଚେତନତା ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ସଚେତନତା ପ୍ରତିଯୋଗିତା ରଖାଯାଇଥିଲା। ନୟାଗଡ଼ ସହର ବରିଷ୍ଠ ଆଇନଜୀବୀ ଦେବାଶିଷ ପଟ୍ଟନାୟକଙ୍କ କନ୍ୟା ଆଦ୍ୟା ଦେବପ୍ରଜ୍ଞା ପଟ୍ଟନାୟକ ଓ ତାଙ୍କ ସାଥିମାନେ କରିଥିବା ଚଳଚ୍ଚିତ୍ର ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ପାଇଥିଲା। ସେମାନଙ୍କୁ ଗତ ୩୦ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ଦ୍ଵାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସଂଜୀବ ଖାନ୍ନା ଓ ଅନ୍ୟ ଦୁଇ ବିଚାରପତି ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ଓ ୫୦୦୦ ଟଙ୍କା ପ୍ରଦାନ କରିଛନ୍ତି। ସେ ଉତ୍କଳ ବିଶ୍ଵବିଦ୍ୟାଳୟ ଆଇନ କଲେଜରେ ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି।







