ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ସେତୁବନ୍ଧ’ ତରଫରୁ ଆଜି ପୌରପରିଷଦର ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନ୍ତର୍ଜାତୀୟ କବି ବସିରନ ବିବିଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହକୁ ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଉଦଘାଟନ କରିଥିଲେ । ବିଭିନ୍ନ ଅଧିବେସନରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ଅନୁବାଦକ କବି ଶରତ ଚନ୍ଦ୍ର ଆଚାର୍ଯ୍ୟ, ଏମ. ଓମାର ମଲ୍ଲିକ ଓ ସ୍ୱେଚ୍ଛାସେବୀ ସଂଗଠନ ଉଷା ପଟ୍ଟନାୟକ ପ୍ରଭୂତି ଯୋଗେଦଇ ମହିଳାଙ୍କ ସ୍ଥିତି, ସୁରକ୍ଷା ଓ ସାହାସ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୌଦାମିନୀ ସ୍ୱାଇଁ ସଂଯୋଜନା କରିଥିବା ବେଳେ ସଂପାଦିକା ଉଷାରାଣୀ ମିଶ୍ରଙ୍କ ତତ୍ୱବଧାନରେ ମହିଳା ଦିବସରେ ବସିରନ ବିବି, ସନ୍ତୋଷ କୁମାର ଜେନା, ସମାଜସେବୀ ଦାମୋଦର ସାହୁ, ନିରୂପମା ପଟ୍ଟନାୟକ, ରୋଜାଲିନ ପାତ୍ରଙ୍କୁ ମହିଳାଙ୍କ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସାମ୍ବାଦିକ ରାମକୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।






