ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଶୂଳିଆ ସଂରକ୍ଷିତ ଜଙ୍ଗଲ ଢୋଲ ପଥର ଡ୍ୟାମ ନିକଟରେ ବନ୍ୟଜନ୍ତୁ ଶିକାର ଉଦ୍ୟମବେଳେ ବନବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା ଠାରୁ ଗୋଟିଏ ଦେଶୀ ବନ୍ଧୁକ,ବାଇକ ଓ ଶିକାର ସାମଗ୍ରୀ ଜବତ କରିଛି।ଅଭିଯୁକ୍ତ ଜଣଙ୍କ ଶରଣକୁଳ ଥାନା କଲ୍ୟାଣପୁର ଜିରିପଡା ଗ୍ରାମର ଧୀରେନ୍ଦ୍ର ପ୍ରଧାନ (୨୫)।ଅଭିଯୁକ୍ତ ଧୀରେନ୍ଦ୍ର ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟ ନେଇ ଶୂଳିଆ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଢୋଲପଥର ଡ୍ୟାମ ନିକଟରେ ସଜବାଜ ହେଉଥିବାବେଳେ ଗୁଇନ୍ଦା ସୂତ୍ରରୁ ଖବର ପାଇ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନପାଳ ସରିତା ବରାଳ,ଫରେଷ୍ଟ ଗାର୍ଡ ସୌମ୍ୟରଞ୍ଜନ ଦଳାଇ,ଆଳିଭା ବରାଳ,ଉଦ୍ଧବ ପ୍ରଧାନ,ଦିଲ୍ଲୀପ ପ୍ରଧାନ ଓ ପ୍ରୋଟେକ୍ସନ ସ୍କ୍ୱାର୍ଡ ସଦଳବଳେ ଚଢ଼ାଉ କରିବା ସହ ଅଭିଯୁକ୍ତ ଧୀରେନ୍ଦ୍ରକୁ କାବୁ କରିଥିଲେ।ଓ ତା ଠାରୁ ଓଡ଼ି ୨୫ ଏଲ ୩୫୩୪ ନଂ ବିଶିଷ୍ଟ ଧଳା ରଙ୍ଗର ବାଇକ,ଗୋଟିଏ ଦେଶୀ ବନ୍ଧୁକ ଓ ଶିକାର ଉଦ୍ଦେଶ୍ୟ ଆସିଥିବା ଭୁଜାଲି,ଟାଙ୍ଗିଆ ଓ କଟୁରି ଜବତ କରିଥିଲେ।ବନବିଭାଗ ପକ୍ଷରୁ ଓଆର ୦୩/୨୫ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅନୁସନ୍ଧାନ ଚାଲିଥିବା ନେଇ ବନପାଳ ସରିତା ବରାଳ ସୂଚନା ଦେଇଛନ୍ତି।







