Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ମାସ ଭିତରେ ୭ଟି ଘରୁ ଚୋରି

by ସଞ୍ଜୟ ସ୍ୱାଇଁ
May 1, 2025
in Crime, State
ସାଇଣ୍ଟିଷ୍ଟଙ୍କ ଘରୁ କଳା କନା ବୁଲାଇଲେ ଲୁଟେରା, ଲୁଟିନେଲେ ୫୦ ଭରି ସୁନା
91
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଂଚଳରେ ଚୋରିରେ ଲାଗୁନି ବ୍ରେକ୍ । କବାଟ ତାଡ଼ି ଲୁଟିନେଲେ ଟଙ୍କା ସୁନା । ଖଲ୍ଲିକୋଟ ଥାନା ବାକୁଟ ଗାଁର ବୁଲା ପଲେଇଙ୍କ ଘରୁ ଗତକାଲି ରାତିରେ କଳାକନା ବୁଲାଇଛନ୍ତି ଲୁଟେରା । ୨୦ ଗ୍ରାମ ସୁନା, ୫୦ଗ୍ରାମ ରୂପା, ଏକ ୟୁନିକର୍ଣ୍ଣ ବାଇକ ଓ ୧୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସୂଚନା ଅନୁସାରେ ଗୋଟିଏ ମାସ ଭିତରେ ଖଲ୍ଲିକୋଟ ଅଞ୍ଚଳରେ ୭ଟି ଘରୁ ଚୋରି ହେଲାଣି । ପ୍ରଥମ ଏପ୍ରିଲ ୮ ତାରିଖ ଦିନ ନୂତନ ବ୍ରହ୍ମପୁର ଗାଁରୁ ଚୋରି ହୋଇଥିଲା । ପରେ ଡଅଁର, ପୁଣି ନୂତନ ବ୍ରହ୍ମପୁର, ଚିକିଲି, ଖଲ୍ଲିକୋଟ ଭଳି ବିଭିନ୍ନ ଗାଁରୁ ପାଖାପାଖି ୩୦୦ ଗ୍ରାମରୁ ଅଧିକ ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷାଧିକ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ବେଳେ ପୋଲିସ ଚୋର ଧରିବାରେ ବିଫଳ ହୋଇଛି । ସେପଟେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟ୍ କରିବାକୁ ଘରେ ପଶିଥିଲେ ଚୋର । ଆଉ ହଠାତ୍ ପହଂଚିଗଲେ ଘର ମାଲିକ । ଦୁଇ ଜଣ ଲୁଟେରାଙ୍କୁ ଦେଖି ପାଟି କରିଥିଲେ ମଧ୍ୟ ଲୁଟେରାଙ୍କ କବଳରୁ ବର୍ତ୍ତିପାରିନଥିଲେ । ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟିନେଇଛନ୍ତି ଲୁଟେରା । ଘଟଣା ଘଟିଛି ତାଳଚେର ଦେଉଳବେଡା ଅଂଚଳରେ । ଖବର ପାଇ କୋଲିୟାରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଦେଉଳବେଡା ଅଞ୍ଚଳର ଅଶୋକ ଦାସଙ୍କ ପରିବାରବର୍ଗ ଗତକାଲି ଏକ ନିର୍ବନ୍ଧରେ ଯୋଗ ଦେବାକୁ ଘର ତାଲା ପକାଇ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୬.୩୦ ବେଳେ ଅଶୋକ ଓ ତାଙ୍କ ଭଣଜା ଘରକୁ ଫେରି ଦେଖନ୍ତି ତ ଘରର କବାଟ ଖୋଲା ଅଛି । ଭିତରକୁ ଯିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଚୋରି କରୁଥିବା ଦେଖି ପାଟି କରିଥିଲେ । ତେବେ ଦୁଇ ଦୁର୍ବୃତ୍ତ ହଠାତ ଏକ ଭୁଜାଲିରେ ଅଶୋକଙ୍କ ଭଣଜା ଅସିତ ଧଳଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଭୟରେ ଅଶୋକ ଓ ତାଙ୍କ ଭଣଜା କିଛି କରିବା ପୂର୍ବରୁ ଦୁଇ ଦୁର୍ବୃତ୍ତ ଘରର ଆଲମିରା ଭାଙ୍ଗି ପ୍ରାୟ ଏକ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ । ପରେ ଅଶୋକ ପୋଲିସକୁ ଜଣାଇବା ସହ ଭଣଜାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇଥିବା ଜଣାପଡିଛି । ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ପହଁଚି ଅଧିକ ତଦନ୍ତ ଜାରି ରଖିଛି । ଘର ପଛପଟୁ ପୋଲିସ ଏକ ବାଇକ ଜବତ କରି ସହ ଘରର ସିସିଟିଭି ହାର୍ଡ ଡିସ୍କ ଓ ଚୋରି ହୋଇଥିବା କିଛି ସୁନା ଓ ରୂପା ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ଜବତ ହୋଇଥିବା ବାଇକଟି ଲୁଟେରା ମାନେ ଛାଡି ପଳାଇଥିବା ଅନୁମାନ କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!