ପୁରୀ, (ବାଘୁଆବାର୍ତ୍ତା): ଦିନ କେଇଟା ପରେ ଜନ୍ମବେଦିକୁ ଯାତ୍ରା କରିବେ ମହାପ୍ରଭୁ । ଏଥିପାଇଁ ଅକ୍ଷୟ ତୃତୀୟାରୁ ବାଜିଛି ଶୁଭଶଙ୍ଖ । ବଡ଼ ଠାକୁରଙ୍କ ପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ନିର୍ମାଣ ପର୍ବ । ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ଶ୍ରୀନଅର ସମ୍ମୁଖ ଯଜ୍ଞସ୍ଥଳରେ ହୋମଯଜ୍ଞ ପୂର୍ବକ ରଥ ନିର୍ମାଣ ଅନୁକୂଳ କରାଯାଇଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ସମେତ ଅନ୍ୟ ସେବକ ମାନେ ରଥ ନିର୍ମାଣ ପାଇଁ ଶାଢ଼ୀ ବନ୍ଧାଇ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।





