ଭୁବନେଶ୍ୱର, (ବାଘୁଆବାର୍ତ୍ତା): କେନାଲରେ ମାଛ ଧରିବା ପଡିଲା ମାହାଙ୍ଗା । ଜାଲରେ ମାଛ ଧରୁଥିବା ବେଳେ କେନାଲରେ ବୁଡି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରମ୍ଭା ଥାନା ଅଧିନ ପୋଡ଼ମପେଟା ଅଞ୍ଚଳର ସିଏଚ. ଗୁରେୟା । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ପ୍ରତ୍ୟେକ ଦିନ ଭଳି ଆଜି ଭୋର ସମୟରେ କେନାଲରେ ଏକୁଟିଆ ମାଛ ଧରିବାକୁ ଯାଇଥିଲେ । କେନାଲରେ ମାଛ ଧରିବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ହେଲେ ଏହାରି ଭିତରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।





