ବାରିପଦା,(ବାଘୁଆବାର୍ତ୍ତା): ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି । ଯାହାଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-କରଞ୍ଜିଆ ୫୩ନଂ ରାଜ୍ୟ ରାଜପଥର ଚାଇଁବାଇସି ନିକଟରେ ଆଜି ଅପରାହ୍ନରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ ଚାଳକ ଗାଡ଼ିରୁ ଛିଟିକ୍ ପଡିଥିଲେ ଏବଂ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅଜଣା ଗାଡ଼ିଟି ଧକ୍କା ଦେଇ ଫେରାର ହୋଇଯାଇଥିବା ବେଳେ ମୃତ ବ୍ୟକ୍ତି ଜଣକ ଜୁଆଳିକଟା ଗ୍ରାମର ମୁକୁନ୍ଦରଂଜନ ତିୟୁ(୨୫) ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ôଚ ଶବ ଜବତ କରି ଶବ ବ୍ୟବଛେଦ କରିବା ପାଇଁ ପଠାଇଥିବା ସୂଚନା ମିଳିଛି ।





