ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଉପସ୍ଥିତିରେ ଅନୁଷ୍ଠିତ ମିଶ୍ରଣରେ ବରିଷ୍ଠ ନେତା ଶ୍ରବଣ ରାମଙ୍କ ସମେତ ଅନ୍ୟ କିଛି ନେତା ବିଜେପିରେ ମିଶିଛନ୍ତି । ଏହାକୁ ନେଇ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଅଗ୍ରୱାଲ ଏକ ଲୋକ ଦେଖାଣିଆ ମିଶ୍ରଣ ପର୍ବ ବୋଲି କହିଛନ୍ତି । ଉକ୍ତ ନେତାମାନେ ଗତ ନିର୍ବାଚନରେ ପୂର୍ଣ୍ଣମାତ୍ରରେ ବିଜେପିକୁ ସହଯୋଗ କରିଥିଲେ । ବିଜେପି ପାଇଁ ଭୋଟ କରାଇଥିଲେ । ଏବେ ମିଶ୍ରଣ ଏକ ବାହାନା ମାତ୍ର ବୋଲି ଶ୍ରୀଯୁକ୍ତ ଅଗ୍ରୱାଲ କହିଛନ୍ତି ।






