Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରତିଶୋଧ ପାଇଁ ପ୍ରେମିକାଙ୍କ ନ୍ୟୁଡ୍ ଫଟୋ ଭାଇରାଲ

by ସଞ୍ଜୟ ସ୍ୱାଇଁ
April 30, 2025
in Feature News, State
ପ୍ରତିଶୋଧ ପାଇଁ ପ୍ରେମିକାଙ୍କ ନ୍ୟୁଡ୍ ଫଟୋ ଭାଇରାଲ
125
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସମ୍ପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ ପ୍ରେମିକ। ପ୍ରେମିକାଙ୍କ ନାଁରେ ସୋସିଆଲ ମିଡିଆରେ ଫେକ୍ ଆଇଡି ଖୋଲି ନଗ୍ନ(ନ୍ୟୁଡ) ଫଟୋ ଛା଼ଡ଼ିଥିଲେ। ଏହି ଘଟଣାରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହେଲେ ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ଭଣ୍ଡାରୀପଡ଼ା ଗାଁର ସୁମିତ କୁମାର ଦାସ। ସୋମବାର ରାତିରେ କୋର୍ଟ ଚାଲାଣ କରାଯାଇଥିବାବେଳେ ସୁମିତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲା ଅନୁଯାୟୀ, ୪ରୁ ୫ ବର୍ଷ ହେବ ଅଭିଯୋଗକାରିଣୀ ଭଦ୍ରକର ଯୁବତୀ ଅଭିଯୁକ୍ତ ସୁମିତଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ପରେ ସୁମିତ ମିଥ୍ୟା ଆରୋପ ଲଗାଇ ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗାଳିଗୁଲଜ କରିଥିଲେ। ଏହି କାରଣରୁ ଯୁବତୀ ଜଣକ ତାଙ୍କଠାରୁ ଦୂରେଇ ଯାଇଥିଲେ। ଫଳରେ ସୁମିତ ରାଗିଯିବା ସହ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ବିଭିନ୍ନ ଉପାୟରେ ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କୁ ହଇରାଣ କରିଥିଲେ। ପ୍ରେମିକାଙ୍କ ନାଁରେ ସୁମିତ ଫେସବୁକରେ ୨ଟି ଓ ଇନ୍ଷ୍ଟାଗ୍ରାମରେ ଗୋଟିଏ ଫେକ୍ ଆକାଉଣ୍ଟ ଖୋଲିଥିଲେ। ଏଡିଟ୍ କରି ପ୍ରେମିକାଙ୍କ ନ୍ୟୁଡ ଫଟୋ ଶେୟାର କରିଥିଲେ। ୭ ମାସ ହେଲା ସୁମିତ ଏଭଳି ନିର୍ଯାତନା ଦେଉଥିଲେ। ଭୁବନେଶ୍ୱରରେ ଚାକିରି କରୁଥିବା ପ୍ରେମିକା ଜଣକ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏପ୍ରିଲ ୧୦ରେ ପୋଲିସ ଏକ ମାମଲା (ନଂ.୬୦/୨୦୨୫) ରୁଜୁ କରି ତଦନ୍ତ କରିଥିଲା।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!