Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା

by ସଞ୍ଜୟ ସ୍ୱାଇଁ
April 29, 2025
in State
ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା
22
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ବାପା ଘରୁ ବିଦାୟ ନେଲେ ମା’ ସାଆନ୍ତାଣି, ଭୋରୁ ଭୋରୁ ପହଞ୍ଚିଲେ ଶାଶୁ ଘରେ, ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡିଲେ ଶ୍ରଦ୍ଧାଳୁ। ୨୫ ଦିନ ଧରି ଚାଲିଥିଲା ମା’ଙ୍କ ଯାତ୍ରା। ମା’ଙ୍କ ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଶ୍ରଦ୍ଧାଳୁ। ମାଆଙ୍କ ସହ ସହସ୍ରାଧିକ ମାନସିକ ଘଟଧାରୀ ଭ୍ରମଣ କରିଥିଲେ। ବାଜା ବାଜଣା, ଢୋଲ ନାଦରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। ହଜାର ହଜାର ଭକ୍ତଙ୍କ ଗହଣରେ ମାଆ ନେଲେ ବିଦାୟ। ରାତି ପ୍ରାୟ ୧ଟା ୨୦ ମିନିଟ୍ ରେ ମାଆ ବାପା ଘରୁ ବିଦାୟ ନେଇଥିଲେ। ଅସ୍ଥାୟୀ ପୀଠରୁ ଅସ୍ଥାୟୀ ଘଟରେ ଧାରଣ କରିଥିବା ମାଆ ବାହାରିଥିଲେ ଶାଶୁ ଘର ଅଭିମୁଖେ। ଶ୍ରଦ୍ଧାଳୁ ମାନେ ଭାବ ବିହ୍ଵଳ ହୋଇପଡ଼ିଥିଲେ। ବାପା ଘରକୁ ହସ ଖୁସିରେ ଝିଅ ଆସିଥିବା ଏବଂ ବିଦାୟ ବେଳେ ଯେମିତି ଦୁଃଖ ଲାଗେ ମାଆ ମଧ୍ୟ ସେମିତି ବିଦାୟ ନେଲା ବେଳେ ଦୁଃଖ ଲାଗିଥିବା କହିଛନ୍ତି ଶ୍ରଦ୍ଧାଳୁ। ମାଆଙ୍କ ମୁଖ୍ୟ ଘଟ ସହ ୮ଟି ପାର୍ଶ୍ୱ ଘଟ ବାହାରିଥିଲେ। ପୁଣି ଦୁଇବର୍ଷ ପରେ ଝିଅକୁ ଆଣିବା ପାଇଁ ଅପେକ୍ଷା କରିଛି ବୋଲି ବାପା ଦେଶିବେହେରା କହିଛନ୍ତି। ମାଆଙ୍କ ସହ ସାଥିରେ ହଜାର ହଜାର ମାନସିକ ମହିଳା ଘଟଧାରୀ ସ୍ଥାୟୀ ମନ୍ଦିର ଅଭିମୁଖେ ଯାଇଛନ୍ତି। ବିଦାୟ ବେଳେ ମାଆ ପ୍ରଥମେ ରାଜବାଟୀରେ ରାଜ ଦର୍ଶନ କରି ବିଭିନ୍ନ ସାହି ଭ୍ରମଣ କରିଥିଲେ। ଏହାରି ଭିତରେ ଜଉରା ସାହିସ୍ଥିତ ମାଉସୀ ମାଆ ଘରେ ପହଂଚି ପୋଡ଼ ପିଠା ଖାଇ କିଛି ସମୟ ବିଶ୍ରାମ ନେଇଥିଲେ ମାଆ ସାଆନ୍ତାଣି। ଭୋରୁ ଭୋରୁ ଶାଶୁ ଘର ଅର୍ଥାତ ମୁଖ୍ୟ ପୀଠରେ ପହଂଚିବା ପରେ ମୁଖ୍ୟ ଘଟ ମନ୍ଦିର ଚାରିପାଖେ ପରିକ୍ରମା କରିଥିଲେ। ଘଟରୁ ଆଜ୍ଞାମାଳକୁ ବାହର କରାଯାଇ ମାଆଙ୍କ ମସ୍ତକରେ ପୁନଃ ସ୍ଥାପନ କରାଯିବା ପରେ ରୀତିନୀତି ଅନୁସାରେ ପୂଜାର୍ଚନା ଆରମ୍ଭ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!