Tuesday, November 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ ଉତ୍ତମ ଅଭିଭାବକ ହେବାର କଳା ଶୀର୍ଷକ ଆଲୋଚନା ଚକ୍ର

by ସଞ୍ଜୟ ସ୍ୱାଇଁ
April 28, 2025
in Nayagarh, State
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ ଉତ୍ତମ ଅଭିଭାବକ ହେବାର କଳା ଶୀର୍ଷକ ଆଲୋଚନା ଚକ୍ର
105
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ତରଫରୁ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଶିଷ୍ଟ ଶିକ୍ଷାବିତଙ୍କୁ ନେଇ “ଆର୍ଟ ଅଫ୍ ପ୍ଯାରେଣ୍ଟିଂ ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସେମିନାରରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସାମୂହିକ ଗାନ କରାଯାଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ସଂପାଦକ ଶ୍ରୀଯୁକ୍ତ ସାହୁଙ୍କ ସ୍ବାଗତ ଅଭିଭାଷଣ ପରେ ବିଦ୍ଯାଳୟର ଛାତ୍ରୀ ସୁଶ୍ରୀ ବିଶ୍ବବିଜିତା ମହାନ୍ତି ବିଶ୍ବର ସର୍ବଶ୍ରେଷ୍ଠ ହାଭାର୍ଡ ବିଶ୍ବବିଦ୍ୟାଳୟ ଓ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷଣାତ୍ମକ ତଥ୍ଯ ଉପସ୍ଥାପନ କରି ଶିଶୁର ପ୍ରଗତି ପାଇଁ ମାଆର ଭୂମିକା ଗୁରୁତ୍ବପୂର୍ଣ୍ଣ ବିଷୟରେ ଅତି ଚିତାକର୍ଷକ ବକ୍ତବ୍ଯ ଦେଇଥିଲେ। ସମ୍ମାନିତ ଅତିଥି ଇଂଜିନିୟର ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ, ଅଭିଭାବକମାନେ ବିଦ୍ଯାଳୟ ପରୀକ୍ଷାରେ ଶିଶୁ ମାନଙ୍କର ଅଧିକ ନମ୍ବର ପଛରେ ନ ଗୋଡାଇ ଶିଶୁର ବୌଦ୍ଧିକ ତଥା ଗୁଣାତ୍ମକ ବିକାଶ ଦିଗରେ ମନୋନିବେଶ କରନ୍ତୁ ।

ଆଲୋଚନା ଚକ୍ରରେ ମୁଖ୍ଯ ଅତିଥି ବିଧାୟକ ଡ. ସାହୁ ଶିଶୁର ପ୍ରଗତିରେ ମାତାପିତାଙ୍କ ଭୂମିକା ବିଷୟରେ ସାରଗର୍ଭକ ବକ୍ତବ୍ଯ ରଖିଥିଲେ। ମାତାପିତାଙ୍କ ଆଚରଣ ଓ ଉଚାରଣକୁ ଶିଶୁ ମାନେ ଅନୁକରଣ କରିଥାନ୍ତି ଓ ସେହିଭଳି ଗଢି ହୋଇଥାନ୍ତି।ଶିଶୁର ଖାଦ୍ୟ ସ୍ବାସ୍ଥ୍ଯ ଶାରିରୀକ ଶିକ୍ଷା ପ୍ରତି ପିତାମାତା ଯଥେଷ୍ଟ ଗୁରୁତ୍ବ ଦେବା ସହିତ ମାଆଟିଏ ଶିଶୁ ସହିତ ଶିଶୁଟିଏ ହୋଇ ବଞ୍ଚି ପାରିଲେ ଶିଶୁର ମନ କଥା ବୁଝି ପାରିବ ଓ ଶିଶୁକୁ ମଣିଷ ପରି ମଣିଷଟିଏ କରି ଗଢି ପାରିବ ବୋଲି ପରାମର୍ଶ ଦେଇଥିଲେ। ପିତାମାତାଙ୍କ କଠିନ ପରିଶ୍ରମ, ଯଥେଷ୍ଟ ସମୟଦାନ ଓ କଷ୍ଟ ପୂର୍ଣ୍ଣ ସାଧନା ହିଁ ଉତ୍ତମ ଅଭିଭାବକ ହେବାର କଳା ବୋଲି ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ତିନିଶହ ଅଭିଭାବକ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ଯକ୍ଷ ଶିକ୍ଷାବିତ୍ ଅଶୋକ କୁମାର ନାୟକ, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅନାଦି ଚରଣ ମହାନ୍ତି, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ଯାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର, ସମାଜସେବୀ ଅରୁଣ କୁମାର ମହାନ୍ତି, ପ୍ରଦୀପ କୁମାର ସାହୁ, ବିଦ୍ଯାଧର ଆଚାର୍ଯ୍ୟ, ଅବସରପ୍ରାପ୍ତ ବିଜ୍ଞାନ ଅଧ୍ଯାପକ ଶରତ କୁମାର ନାୟକ, ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ସ୍ବାଇଁ, ୟୁନିଟେକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ର ଚେୟାରମ୍ୟାନ ପ୍ରଦୀପ କୁମାର ପ୍ରୁଷ୍ଟି, ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଯୋଗ ଦେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!