ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଗୋଡିବିଡ଼ା ଗାଁରେ ଅଘଟଣ । ପୋଖରୀରେ ବୁଡି ୩ ଶିଶୁଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ନୂଆଗାଁ ଥାନା ଖାଲମଡା ଗ୍ରାମର ପ୍ରଦୀପ ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ। ବାହାଡଝୋଲା ପୋଡାସାହିର କାଳୁ ଖିଲାର ପୁଅ ଶୁଭ ଖିଲାର ଓ ଗୋଡିବିଡା ଗ୍ରାମର ବିଜୟ ନାୟକ ପୁଅ ଉମାକାନ୍ତ ନାୟକ ରହିଛନ୍ତି। ସେମାନେ ଆଜି ପୋଖରୀରେ ଗାଧଉଥିବା ବେଳେ ବୁଡି ଯାଇଥିଲେ । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦଶପଲ୍ଲା ଥାନା ଅଧିକାରୀ ଅନୀତା ସାହୁ ଡାକ୍ତରଖାନାରେ ପହଞ୍ଚି ଘଟଣାର ଛାନଭିନ୍ କରୁଛନ୍ତି । ବିଜୟଙ୍କ ପରିବାରରେ ହେଉଥିବା ଏକ ବିବାହ କାର୍ଯ୍ୟରେ ଭୋଜି ଖାଇବାକୁ ଅନ୍ୟ ଦୁଇ ଶିଶୁ ଆସିଥିବା ସୂଚନା ମିଳିଛି।





