Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟ, ଭିନେ ହୋଇଗଲେ ବନ୍ୟଜନ୍ତୁ

by ସଞ୍ଜୟ ସ୍ୱାଇଁ
April 27, 2025
in State
କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟ, ଭିନେ ହୋଇଗଲେ ବନ୍ୟଜନ୍ତୁ
106
VIEWS
Share on FacebookShare on Twitter

କୋଣାର୍କ, (ବାଘୁଆବାର୍ତ୍ତା): ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଓ ଚନ୍ଦ୍ରଭାଗା ସମୁଦ୍ର କୂଳକୁ ସଂଯୁକ୍ତ କରୁଥିବା ପୁରୁଣା ରାସ୍ତାଟିକୁ ଏବେ ଭାରତ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ୬ ଲେନ୍ କରାଯାଇଛି। ଏହି ରାସ୍ତାର ମଝିରେ ସିମେଣ୍ଟ ମୂଳଦୂଆ ଓ ତାରଜାଲିର ଡିଭାଇଡର ତିଆରି କରାଯାଇଛି। ତା’ ମଝିରେ ଲାଗିଛି ଫୁଲ ଓ ପତ୍ରପୂର୍ଣ୍ଣ ଗଛ ଏବଂ ରାତିସାରା ଜଳୁଛି ରଙ୍ଗୀନ ଆଲୋକ। ଏହା ବାହାରୁ ଦେଖିବାକୁ ସୁନ୍ଦର ଲାଗୁଥିଲେ ମଧ୍ୟ ବନ୍ୟଜନ୍ତୁ ଓ ପ୍ରାକୃତିକ ପରିବେଶ ପାଇଁ ଗଭୀର ଅଭିଶାପ ପାଲଟିଛି। ଡିଭାଇଡର କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ବନ୍ୟଜନ୍ତୁଙ୍କ ମଧ୍ୟରେ ଏକ ସ୍ଥାୟୀ ପାଚେରି ହୋଇ ଠିଆ ହୋଇଛି। ଏହି ପାଚେରି ହଟାଇବାକୁ ଜାତୀୟ ଗ୍ରୀନ୍ ଟ୍ରିବୁନାଲରେ ହୋଇଛି ଅଭିଯୋଗ। କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟ ବିଭିନ୍ନ ପ୍ରକାର ବନ୍ୟଜନ୍ତୁଙ୍କ ପାଇଁ ଖୁବ୍ ପ୍ରସିଦ୍ଧ। ଏହି ଅଞ୍ଚଳରେ ବହୁ ସଂଖ୍ୟକ ହରିଣ, ବିଲୁଆ, ହେଟା, କୋକିଶିଆଳି, ବିଭିନ୍ନ ପ୍ରକାର ପକ୍ଷୀ, ସାପ ଓ ଅନ୍ୟାନ୍ୟ ପ୍ରାଣୀ ବାସ କରନ୍ତି। ଏମିତି ଏକ ପରିବେଶ ଭିତ୍ତିକ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଯେତେବେଳେ ରାସ୍ତା ବା ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ହୁଏ, ସେଥିରେ ବନ୍ୟଜନ୍ତୁଙ୍କ ଚଳାଚଳ ପାଇଁ ବିଶେଷ ବ୍ୟବସ୍ଥା ରଖିବା ଆଇନତଃ ଜରୁରୀ। କିନ୍ତୁ ଦୁଃଖର କଥା କୋଣାର୍କରୁ ଚନ୍ଦ୍ରଭାଗା ମଧ୍ୟରେ ୩ କିଲୋମିଟର ବ୍ୟାପୀ ଏହି ନୂଆ ୬ ଲେନ ରାସ୍ତା ମଧ୍ୟରେ ଏକ ଲମ୍ୱା ଓ ଦୃଢ଼ କଂକ୍ରିଟ ଡିଭାଇଡର୍ ତିଆରି ହୋଇଛି, ତାର ଦୁଇ ପାଶ୍ୱର୍ରେ ଲାଗିଛି ଲୁହା ଜାଲି। ଯାହା ଅଭୟାରଣ୍ୟ ମଝିରେ ପାଚେରି ହୋଇ ଠିଆ ହୋଇଛି। ଫଳରେ ବନ୍ୟଜନ୍ତୁ ଏବେ ଅଭୟାରଣ୍ୟ ମଧ୍ୟରେ ଭିନ୍ନେ ହୋଇଯାଇଛନ୍ତି। ଗୋଟିଏ ପଟୁ ଆରପଟକୁ ଯାଇପାରୁନାହାନ୍ତି। ରାତିସାରା ନୀଳ ନାଲି ଆଲୋକ ଜଳି ରହୁଥିବାରୁ ବନ୍ୟଜନ୍ତୁଙ୍କ ସ୍ୱାଧୀନ ବିଚରଣରେ ବ୍ୟାଘାତ ସୃଷ୍ଟି କରୁଛି। ଏହା ବନ୍ୟଜନ୍ତୁଙ୍କ ଜୀବନଚକ୍ର ଓ ନିଜସ୍ୱ ପ୍ରାକୃତିକ ଅଧିକାର ଉପରେ ଏକ ଅମାନବୀୟ ଆକ୍ରମଣ। ଭାରତର ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଓ ପରିବେଶ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା-୨୦୧୧ ଅନୁଯାୟୀ, କୌଣସି ଅଭୟାରଣ୍ୟ ଅଞ୍ଚଳ ମଧ୍ୟରେ ନୂଆ ରାସ୍ତାର ନିର୍ମାଣ କିମ୍ୱା ପୁନଃନିର୍ମାଣ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମତି ଦରକାର। ଏପରି କ୍ଷେତ୍ରରେ ବନ୍ୟଜନ୍ତୁଙ୍କ ନିରାପଦ ଗମନାଗମନ ପାଇଁ ଭୂତଳ ରାସ୍ତା, କଲଭର୍ଟ କିମ୍ୱା ବନ୍ୟପ୍ରାଣୀ କରିଡ଼ର କରିବା ନିହାତି ଜରୁରି। ସୁପ୍ରିମକୋର୍ଟ ମଧ୍ୟ ବହୁ ସମୟ ଧରି ଏହି ଧରଣର ମାମଲାରେ ସ୍ପଷ୍ଟ ମତ ପ୍ରକାଶ କରିଛନ୍ତି। ୨୦୧୩ ମସିହାରେ ଏହି ସଂକ୍ରାନ୍ତୀୟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ମାନ୍ୟବର ଅଦାଲତ କହିଥିଲେ, ଯେ ଅଭୟାରଣ୍ୟ ଓ ରାଷ୍ଟ୍ରୀୟ ଉଦ୍ୟାନ ମଧ୍ୟରେ କୌଣସି ପ୍ରକଳ୍ପ ଆରମ୍ଭ ପୂର୍ବରୁ ବନ୍ୟଜନ୍ତୁ ଓ ପରିବେଶ ଉପରେ ଏହାର ପ୍ରଭାବର ମୂଲ୍ୟାୟନ ଅନିର୍ବାଯ୍ୟ। ହେଲେ ଏ ସମସ୍ତ ଆଇନ ଓ ନିର୍ଦ୍ଦେଶକୁ ଅବମାନନା କରି ମାନବୀୟ ସୁଖ ପାଇଁ ଅଭୟାରଣ୍ୟର ବନ୍ୟଜନ୍ତୁଙ୍କ ଉପରେ ଏତାଦୃଶ ନିର୍ଦ୍ଦୟ ବ୍ୟବହାର ଓ ଜୈବ ବିବିଧତା ପ୍ରତି ଆଞ୍ଚ ଆଣିବା ଘଟଣା ବିରୁଦ୍ଧରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ଏନ୍ . ଏ. ଶାହା ଅନସାରୀ। ଏ ସମ୍ପର୍କରେ ରାଜ୍ୟ ସରକାର, ଓଡ଼ିଶା ବନ ବିଭାଗ ଓ ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଅତିଶୀଘ୍ର ଦୃଷ୍ଟି ନିକ୍ଷେପ ପରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!