ନୟାଗଡ଼,(ବାଘୁଆବାର୍ତ୍ତା): ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ରେ ୨୮ ଅମୁଲ୍ୟ ଜୀବନ ହରାଇଥିବା ଅମର ଆତ୍ମା ସଦଗତି କାମନା କରିବା ସହ ଦେଶରୁ ଆତଙ୍କବାଦ ଲୋପ ପାଇଁ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବିରେ ଆଜି ସନ୍ଧ୍ୟାରେ ଜିଲ୍ଲା ଓକିଲ ସଙ୍ଘର ଆଇନଜୀବୀ ମାନେ ପୁରୁଣା କୋର୍ଟ ଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଆତଙ୍କବାଦୀ ବିରୋଧି ନାରା ଦିଆଯାଇ ଗୋଲେଇ ଟ୍ରାଫିକ ଛକ ଦେଇ ତ୍ରିନାଥ ଛକ ସ୍ଥିତ ମହାତ୍ମା ଗାନ୍ଧୀ ମୂର୍ତ୍ତି ପର୍ୟ୍ୟନ୍ତ ଯାଇ ଭାରତବର୍ଷରେ ଆତଙ୍କବାଦୀ ଆକ୍ରମଣ କରାଇ ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା ପାକିସ୍ତାନ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ଭାରତ ସରକାରଙ୍କୁ ଦାବୀ କରାଯାଇ ଥିଲକ୍ଷ । ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ନେତୃତ୍ୱ ନେଇଥିଲେ ।





