ନୟାଗଡ଼,(ବାଘୁଆବାର୍ତ୍ତା): ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ ଅବସରରେ ଜିଲ୍ଲା ଓକିଲ ସଂଘ ତରଫରୁ ବିଦ୍ୟାଳୟ କନିଷ୍ଠବର୍ଗ ଏବଂ ମହାବିଦ୍ୟାଳୟର ବରିଷ୍ଠବର୍ଗ ଛାତ୍ରୀଛାତ୍ରଙ୍କୁ ନେଇ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଦୀର୍ଘ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓକିଲସଂଘର ସମ୍ପାଦକ ସ୍ବଦେଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କମିଟିର ଅନ୍ୟାନ୍ୟ ସଦସ୍ୟଙ୍କ ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ସୁଚାରୁ ରୂପେ ପରିଚାଳନା କରାଯାଇଥିଲା । ପ୍ରତିଯୋଗିତାରେ ବିଚାରପତି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ପ୍ରାକ୍ତନ ଅଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ବାଣ୍ଠ, ଅଧ୍ୟାପକ ଡ଼ଃ ଆଶୁତୋଷ ମିଶ୍ର ଯୋଗ ଦେଇଥିଲେ । ଏହି ପ୍ରତିଯୋଗୀତରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଛାତ୍ରୀ ବିଶ୍ୱବିଜିତା ମହାନ୍ତି ଉଭୟ ଇଂରାଜୀ ଓ ଓଡ଼ିଆ ବକୃତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିବା ସାଙ୍ଗକୁ ଅତିଉଚ୍ଚକୋଟିର ବକ୍ତବ୍ୟ ପ୍ରଦାନ କରି ସମସ୍ତଙ୍କ ମନ ଜିଣିଥିଲେ । ମଧୁବାବୁ ଜୟନ୍ତୀରେ ପ୍ରତିଯୋଗୀଙ୍କୁ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବ ।





