Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାରେଗୁଟା ଜଙ୍ଗଲରେ ଲୁଚି ରହିଛନ୍ତି ୨ ହଜାର ନକ୍ସଲ

by ସଞ୍ଜୟ ସ୍ୱାଇଁ
April 24, 2025
in State
ମାଓ ବିରୋଧୀ ଅପରେସନ ଜାରି, ବାୟୁସେନାର ହେଲିକପ୍ଟର ସାମିଲ
73
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ସୀମାନ୍ତ ତେଲଙ୍ଗାନାର ମୁଲୁଗୁ ଜିଲ୍ଲା କାରେଗୁଟା ପାହାଡ଼ରେ ଲୁଚି ରହିଛନ୍ତି ପ୍ରାୟ ୨ ହଜାର ନକ୍ସଲ। ଏହି ସୂଚନା ପାଇବା ପରେ ସିଆର୍‌ପିଏଫ୍‌ ବାହିନୀ ତରଫରୁ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି । ହେଲିକପ୍‌ଟର୍‌ ଏବଂ ଡ୍ରୋନ୍‌ର ସହାୟତା ନିଆଯାଇଛି । କମ୍ବିଂ ଅପରେସନରେ ୪ ରାଜ୍ୟର ଯବାନ ସାମିଲ ଅଛନ୍ତି। ଓଡ଼ିଶା-ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ସୀମା ଜଙ୍ଗଲରେ ଯାଞ୍ଚ କରାଯାଉଛି। ପୂରା ଅଞ୍ଚଳକୁ ଯବାନଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଉଥିବା ଖବର ପାଇ ମାଓ କମାଣ୍ଡର ହିଡମା ଅନ୍ୟ କେତେକ ସାଥୀଙ୍କ ସହ ସୁରକ୍ଷିତ ଅଞ୍ଚଳକୁ ଚାଲିଯାଇଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ଏବଂ ତେଲଙ୍ଗାନାର ପ୍ରାୟ ୨ ହଜାର ମାଓବାଦୀ କାରେଗୁଟା ଜଙ୍ଗଲ ଓ ପାହାଡ଼ରେ ରହି ବଡ଼ ହିଂସାକାଣ୍ଡ ଯୋଜନାରେ ଥିବା ଗୁଇନ୍ଦା ସୂଚନା ପାଇଥିଲା ସୁରକ୍ଷା ବାହିନୀ । ଏହାପରେ ୪ ରାଜ୍ୟର ପ୍ରାୟ ୧୦ ହଜାର ଯବାନଙ୍କୁ କାରେଗୁଟାରେ ମୁତୟନ କରାଯାଇଛି । ଡ୍ରୋନ ଏବଂ ହେଲିକପ୍‌ଟର୍‌ ସହାୟତାରେ ପୂରା ଅଞ୍ଚଳ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି । ସିଆରପିଏଫ ଡିଜି ଏବଂ ଅନ୍ୟ କେତେକ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଛନ୍ତି । ଯଦି ସୁରକ୍ଷାବାହିନୀ ପକ୍ଷରୁ ଏନ୍‌କାଉଣ୍ଟର କରାଯାଏ, ତାହା ଦେଶର ସବୁଠୁ ବଡ଼ ଏନ୍‌କାଉଣ୍ଟର ହେବ ବୋଲି ଜଣେ ସୁରକ୍ଷା ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!