ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତର କେଶରପୁର ଏନ୍.କେ.ସରକାରୀ ଉଚ୍ଚବିଦ୍ୟାଳୟ ପରିସର “ପୃଥିବୀ ଦିବସ-୨୦୨୫” ଉପଲକ୍ଷେ, ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଉଦ୍ୟମରେ ଏବଂ ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଉପଖଣ୍ଡ ଆରଖୀ ଅଧିକାରୀ ଡ. ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ. ପ୍ରଶନ୍ନ କୁମାର ସ୍ୱାଇଁ ମୁଖ୍ୟ ବକ୍ତା, ନୟାଗଡ଼ର ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ସମ୍ମାନୀତ ଅତିଥି ରୁପେ ଯୋଗ ଦେଇଥିଲେ । ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଭାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଶପଥ ନେଇଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେଇଥିବା ଛାତ୍ରଛାତ୍ରୀଙ୍କୁ କଟନ ବ୍ୟାଗ ସହ ପୁରସ୍କାର ବଣ୍ଟନ କରାଯାଇଥିଲା ।






