Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩୦ରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା

by ସଞ୍ଜୟ ସ୍ୱାଇଁ
April 23, 2025
in State
୩୦ରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା
14
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣଙ୍କ ସମେତ ପାଞ୍ଚ ମହାଦେବ ନରେନ୍ଦ୍ର ଜଳରେ ନୌବିହାର କରିବେ । ୩୦ ତାରିଖରେ ଯାତ୍ରା ଶୁଭାରମ୍ଭକୁ ମଝିରେ ରହିଗଲା ମାତ୍ର ୬ ଦିନ । ଏଣୁ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସେବକମାନେ କାର୍ଯ୍ୟ ଅନୁକୂଳ କରିଛନ୍ତି । ଏଥିସହ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ପନ୍ତି ଛାମୁଣ୍ଡିଆ ନିର୍ମାଣ କରାଯାଉଛି । ଚନ୍ଦନ ଯାତ୍ରାରେ ଠାକୁରଙ୍କ ପାଇଁ ୧୭ଟି ଶେଯ, ୨୧ଟି ମାଣ୍ଡି, ୨ଟି ମୃଦଙ୍ଗ ମାଣ୍ଡି ସହ ନନ୍ଦା ଭଦ୍ରା ଡ଼ଙ୍ଗାଦ୍ୱୟ ପାଇଁ ଧଳା ଓ ନାଲି ଚାପମଣ୍ଡଳୀ ତିଆରି ହେଉଛି । ୨ଟି ଡ଼ଙ୍ଗା ପାଇଁ ୮ଗୋଟି ବାଙ୍କ ତିଆରି ହେଉଛି । ୨ଗୋଟି ପାଲିଙ୍କି ପାଇଁ ଚାଳି ତିଆରି ହେବ । ୧୩ ଗୋଟି ଚାନ୍ଦୁଆ ନରେନ୍ଦ୍ର ପରିସରରେ ଲାଗିବ । ତରାସ, ପତାକା, କଳା ଓ ଧଳା ଛତି, ଓଲାର ଓ ଖଣ୍ଡା ଓ ଛୁରିର ସାଜ୍ଜ ତିଆରି ହେବ । ପାଳିଆ ସେବକ ଛୁରି ଓ ଖଣ୍ଡା ଧରି ଠାକୁରଙ୍କ ସହ ଯାତ୍ରା କରିବେ । ସୁନା ବିଞ୍ଛଣା, ଅଳଙ୍କାର ମୁଣି, ପାନ ବଟୁଆ ଆଦିର ସାଜ୍ଜ ତିଆରି ହେବ । ସେପଟେ ନରେନ୍ଦ୍ର ପରିସରରେ ମଧ୍ୟ ଚନ୍ଦନଯାତ୍ରା ପ୍ରସ୍ତୁତି ଚାଲିଛି । ଠାକୁରଙ୍କ ନୌବିହାର ପାଇଁ ଚାପ ମରାମତି କରାଯାଉଛି । ପରେ ଚାପ ତିଆରି ସରି ରଙ୍ଗ ଦିଆଯାଇ କନାମଣ୍ଡଣୀ କରାଯିବ । ନରେନ୍ଦ୍ର ପରିସର ରଙ୍ଗ ଚାଲିଛି । ଏପଟେ ଠାକୁରଙ୍କ ଯାତ୍ରା ପଥରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ନିର୍ମାଣ ହେଉଛି ପନ୍ତି ଛାମୁଣ୍ଡିଆ । ଲୁହା ପାଇପ୍‌ରେ ପନ୍ତି ଛାମୁଣ୍ଡିଆର ଫ୍ରେମ୍‌ ପ୍ରସ୍ତୁତ ହୋଇଛି । ପରେ ଛାମୁଣ୍ଡିଆରେ ବିଭିନ୍ନ ଫଳ ଓ କୋଳି ଆଦି ଝୁଲାଯିବ । ଏସବୁ କାହିଁ କେଉଁ କାଳର ପରମ୍ପରା । ଠାକୁରଙ୍କ କାର୍ଯ୍ୟ ଯାଥାବିଧି ସମ୍ପନ୍ନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତିର ସଂଯୋଜନା କରାଯାଉଛି । ବାହାର ଚନ୍ଦନ ଯାତ୍ରା ସରିଲେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ୨୧ ଦିନିଆ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!