Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଲହୁଲୁହାଣ

by ସଞ୍ଜୟ ସ୍ୱାଇଁ
April 23, 2025
in State
କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଲହୁଲୁହାଣ
303
VIEWS
Share on FacebookShare on Twitter

କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାରେ ଚାଞ୍ଚଲ୍ୟ । ଥାନା ଭିତରେ ଅଟକ ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ ଥାନାରେ ଥିବା କନେଷ୍ଟବଳ ଗୁରୁତର ହୋଇଛନ୍ତି । ଗୁରୁତର କନେଷ୍ଟବଳ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଢୋଲମାନ୍ଦଲ ଗ୍ରାମର ମଗଶିର ପରାଭୋଇ ଓ ତାଙ୍କ ସ୍ତ୍ରୀ ମୁରିବାହାଲ ଥାନା କୁମ୍ଭାରୀ ଗ୍ରାମକୁ ନିଜ ପୁଅର ବିବାହ ପାଇଁ ଝିଅ ଦେଖିବାକୁ ଆସିଥିଲେ । କନ୍ୟା ପକ୍ଷର ଲୋକେ ଝିଅର ବୟସ ହୋଇନଥିବାରୁ ମନା କରିଥିଲେ । ସେଠାରୁ ସ୍ୱାମୀ-ସ୍ତ୍ରୀ ଝିଅକୁ ଅପହରଣ କରି ଫେରାର ମାରୁଥିବା ବେଳେ ଝିଅ ପକ୍ଷର ଅଭିଯୋଗ ପରେ ମୁରିବାହାଲ ପୋଲିସ ମୁରିବାହାଲ ପ୍ଲାଟଫର୍ମରୁ ଝିଅକୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ଥାନାରେ ଅଟକ ରଖିଥିଲେ । ଅପହରଣ ମାମଲାରେ ଥାନାରେ ଅଟକ ଥିବା ମଗଶିର ପରାଭୋଇ ବିଳମ୍ବିତ ରାତିରେ ଥାନା ଭିତରେ ପୋଲିସ କନେଷ୍ଟବଳ ସୁଦାମ ନାଗଙ୍କୁ ମାଡ଼ ମାରିବାରୁ ଗୁରୁତର ହୋଇଥିଲେ । ମାଡ଼ ମାରି ଥାନା ଭିତରୁ ଅଭିଯୁକ୍ତ ମଗଶିର ପରାଭୋଇ ଚମ୍ପଟ ମାରିଥିବା ବେଳେ ପୋଲିସ ତାକୁ କାବୁ କରିଥିଲା । ଗୁରୁତର କନେଷ୍ଟବଳ ସୁଦାମ ନାଗଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କଣ୍ଟାବାଞ୍ଜି ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!