ବାଲିପାଟଣା, (ବାଘୁଆବାର୍ତ୍ତା): କାଫେରୁ ଚୋରି । ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେରୁ ଚୋରି ହୋଇଛି । କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ କରିଛନ୍ତି । ବୁଧବାର ସକାଳୁ ମିଶନ ଶକ୍ତି କାଫେର କର୍ମଚାରୀ ଗେଟ୍ ଖୋଲିବା ପରେ ଲୁଟ୍ ହୋଇଥିବା ସଂପର୍କରେ ଜଣାପଡିଥିଲା । କାଫେର କବାଟ ଭାଙ୍ଗି ଗ୍ରାଇଣ୍ଡର, ସିଲିଣ୍ଡର, ଟପ୍ ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ ହୋଇଥିବା ଜଣାପଡିଛି । ସେପଟେ ଲୁଟ୍ ପରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କାଫେ କର୍ମଚାରୀ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।






