ଭଦ୍ରକ, (ବାଘୁଆବାର୍ତ୍ତା): ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୭ମ ରାଷ୍ଟ୍ରୀୟ ପୋଷଣ ମାହ ୨୦୨୪ ପାଈଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ଭଦ୍ରକ ଜିଲ୍ଲା ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ମହିଳା ଶିଶୁ ବିକାଶ ର ସଚିବ ଏଵଂ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଗତ ତା. ୧୪.୦୪.୨୦୨୫ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ ପାଳନ ସମାରୋହ ଉତ୍ସବ ରେ ଜିଲ୍ଲାପାଳ ଙ୍କ ପ୍ରତିନିଧି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିନୀ, ଭଦ୍ରକ ଶ୍ରୀମତୀ ପୁଷ୍ପଲତା ପାତ୍ର ଙ୍କୁ ପୁରସ୍କୃତ କରିଥିଲେ ।





