ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ବ୍ଲକ ଅନ୍ତର୍ଗତ ବରପଦା ଠାରେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗତ ଫେବୃଆରୀ ୨୫ ରୁ ବରପଦା ରୁ ବନ୍ତ କୁ ବିନା କୌଣସି ନୋଟିସ ରେ ସ୍ଥାନାନ୍ତରିତ କରାଯିବାକୁ ନେଇ ଆଜି ବରପଦା ଠାରେ ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ, SHG ମହିଳା ମାନେ ଉପସ୍ଥିତ ରହି ଆନ୍ଦୋଳନ କରିବା ସହ ଭଦ୍ରକ ଆନନ୍ଦପୁର ମୁଖ୍ୟ ରାସ୍ତା ରୋକ କରିଛନ୍ତି । ଉକ୍ତ ବ୍ୟଙ୍କ ରେ ପାଖ ପଡୋଶୀ ୭ ଗୋଟି ପଞ୍ଚାୟତ ର ପ୍ରାୟ ୨୦ ହଜାର ଆକାଉଣ୍ଟ ଧାରୀ ଥିବା ବେଳେ ବିନା କୌଣସି ନୋଟିସ ରେ ବନ୍ତ କୁ ସ୍ଥାନାନ୍ତରିତ ପରେ ଉକ୍ତ ଆକାଉଣ୍ଟ ଧାରୀ ମନେ ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଦାବୀ କରିଥିଲା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ପୁଣି ବରପଦା ରେ ପୁନଃ ବ୍ୟଙ୍କ ସ୍ଥାପନା କରାଯିବ ନେଇ ପ୍ରତିଶୃତି ଦେଇଥିଲେ ବି ଆଜି ପର୍ୟ୍ୟନ୍ତ ବ୍ୟାଙ୍କ ସ୍ଥାପନା ନହେବାରୁ ଆଜି ରାସ୍ତା ରୋକ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଁଚି ବ୍ୟାଙ୍କ କର୍ମଚାରୀ ଙ୍କ ସହ ଆଲୋଚନା କରି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି ।





