Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାରରୁ ଗଞ୍ଜେଇ ଜବତ, ୨ ଗିରଫ ; କାରବାର ପଛରେ ବିଜେପି ନେତା

by ସଞ୍ଜୟ ସ୍ୱାଇଁ
April 22, 2025
in Crime, Nayagarh, State
କାରରୁ ଗଞ୍ଜେଇ ଜବତ, ୨ ଗିରଫ ; କାରବାର ପଛରେ ବିଜେପି ନେତା
550
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଗତକାଲି କଣ୍ଟିଲୋ ପୁଲିସ ଗୋଟିଏ ପିକ୍‌ଅପ ଭ୍ୟାନରୁ ୧.୭୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ଆଜି ଅବକାରୀ ବିଭାଗ ଏକ କାରରୁ ଗଞ୍ଜେଇ ଜବତ କରିଛି । ନୟାଗଡ଼ ଅବକାରୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡା ନୟାଗଡ଼ ଅଭିମୂଖେ ଏଗ କାରରେ ଗଞ୍ଜେଇ ଆସୁଥିବା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ସଂସ୍ଥା ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ମୃତିକାନ୍ତ ରାଉତଙ୍କଠାରୁ ଖବର ପାଇଥିଲେ । ଏହା ପରେ ଅଧ୍ୟୀକ୍ଷକ ପଣ୍ଡା ଅବକାରୀ ମୋବାଇଲ ଟିମକୁ ନିର୍ଦ୍ଦେଶ ଦେଇଥିଲେ । ନୟାଗଡ଼ ଅବକାରୀ ମୋବାଇଲ ଟିମର ଇନ୍ସପେକ୍ଟର ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ସବ୍ ଇନିସପେକ୍ଟର ସୁସାନ୍ତ କୁମାର ମହାପାତ୍ର, କନେଷ୍ଟବଳ ଦେବୀ ପ୍ରସାଦ ପାଣୀ, କୈବଲ୍ୟ ସ୍ୱାଇଁ, ଶୁଭଶ୍ରୀ ପାଣିଗ୍ରାହି ପ୍ରମୁଖ ନୟାଗଡ଼ ଓଡ଼ଗାଁ ରାସ୍ତାର ବଡ଼ପୁଟ ଛକରେ ଗାଡିଟିକୁ ଜଗି ରହିଥିଲେ । ସେଠାରେ ଏକ ଓଡି ୦୨ ବିଭି ୯୪୮୪ ନମ୍ବର ବିଶିଷ୍ଟ ରୋନାଲ୍ଡ କ୍ୱିଡ୍ କାରରୁ ୨୧.୮ କେଜି ଗଞ୍ଜେଇ ଜବତ କରିଛନ୍ତି। ଉକ୍ତ କାରରେ ଗଞ୍ଜେଇ ନେଇ ଯାଏଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନେ ହେଲେ କଟକ ଜିଲ୍ଲା ବାଙ୍କୀ ଥାନା ନରଗାଙ୍ଗ ଗ୍ରାମର ତ୍ରୈଲୋକ୍ୟନାଥ ପଟ୍ଟନାୟକ ପୁଅ ସୌମେନ୍ଦ୍ର ପଟ୍ଟନାୟକ ଏବଂ କଟକ ଜିଲ୍ଲା ସଦରଥାନା ଅନ୍ତର୍ଗତ ଶ୍ରୀରାମ ଗ୍ରାମର ଅମୁଲ୍ୟ କରଙ୍କ ପୁଅ ଦେବେନ୍ଦ୍ର କର। ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଜବତ ଗଞ୍ଜେଇର ମୁଲ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଏସଆଇ ସୁସାନ୍ତ କୁମାର ମହାପାତ୍ର ସୁଚନା ଦେଇଛନ୍ତି । ଗଞ୍ଜେଇ କନ୍ଧମାଳରୁ କଟକ ନିଆଯାଉଥିଲା । ଏହି ଗଞ୍ଜେଇ କାରବାରରେ ବ୍ୟବହୃତ ଗାଡ଼ିଟି ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁ ଖେଡ଼ପଡ଼ା ଗ୍ରାମର ତ୍ରିନାଥ ଗୁରୁଙ୍କ ପୁଅ ପ୍ରଭାତ ଗୁରୁଙ୍କର ବୋଲି ଜଣାପଡ଼ିଛି । ଏହି କାରବାର ପଛରେ ବାଲୁଗାଁ ଲିଙ୍କ ରହିଥିବା ଏବଂ ଏହା ପଛରେ ଜଣେ ବିଜେପି ନେତାଙ୍କ ଭୂମିକା ରହିଥିବା ସନ୍ଦେହ କରାଯାଉଛି । ଗଞ୍ଜେଇ କାରବାରର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଅବକାରୀ ବିଭାଗ ଛାନଭିନ ଆରମ୍ଭ କରିଛି । ଗାଡ଼ି ମାଲିକଙ୍କୁ ନୋଟିସ କରାଯାଇ ତଦନ୍ତ ପରିସର ଭୁକ୍ତ କରାଯିବା ସହ କିଏ ମାଷ୍ଟର ମାଇଣ୍ଡ ତାହାର ଖୋଳତାଡ଼ କରାଯିବ ବୋଲି ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!