Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡେଲାଙ୍ଗ ନାବାଳକ ହତ୍ୟା ଘଟଣା, ଯୌନ ଶୋଷଣ ପାଇଁ ପ୍ରଲୋଭିତ କରାଇଥିଲା ଅଭିଯୁକ୍ତ

by ସଞ୍ଜୟ ସ୍ୱାଇଁ
April 22, 2025
in Crime, State
ଡେଲାଙ୍ଗ ନାବାଳକ ହତ୍ୟା ଘଟଣା, ଯୌନ ଶୋଷଣ ପାଇଁ ପ୍ରଲୋଭିତ କରାଇଥିଲା ଅଭିଯୁକ୍ତ
101
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ଡେଲାଙ୍ଗ ରତନପୁରର ନାବାଳକ ହତ୍ୟା ଘଟଣା। ହତ୍ୟା ପୂର୍ବରୁ ନାବାଳକକୁ ଅପ୍ରାକୃତିକ ଯୌନ କ୍ରିୟା କରିବାକୁ ଅର୍ଥ ଦେଖାଇ ପ୍ରଲୋଭିତ କରାଇଥିଲା ଅଭିଯୁକ୍ତ। ନାବାଳକ ହତ୍ୟା ଘଟଣାରେ ଅଭିଯୁକ୍ତ ବାପି ଓରଫ ପ୍ରଭାକର ସାହୁଙ୍କ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳକକୁ ଅପ୍ରାକୃତିକ ଯୌନ କ୍ରିୟା ଏବଂ ହତ୍ୟା ଅଭିଯୋଗରେ ପୋକ୍ସୋ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୋଲିସ। ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୁରୀ ଏସପିଙ୍କ ସୂଚନା ଅନୁସାରେ ଗତ ୧୫ ତାରିଖ ସନ୍ଧ୍ୟାରେ ନାବାଳକ ଜଣକ ବାହାରେ ଖେଳି ଘରକୁ ଫେରୁଥିଲେ। ଅଭିଯୁକ୍ତ ବାପି ନାବାଳକକୁ ଡାକି ତାଙ୍କ ଘରକୁ ନେଇଥିଲା। ସେଠାରେ ଅପ୍ରାକୃତିକ ଯୌନ କ୍ରିୟା ପାଇଁ ନାବାଳକକୁ ଟଙ୍କା ଦେବ ବୋଲି ଲୋଭ ଦେଖାଇଥିଲା। ତେବେ ନାବାଳକ ସହିତ ଅଭିଯୁକ୍ତ ବାପି ଯୌନ କ୍ରିୟା କରିବା ପରେ ନାବାଳକକୁ ଟଙ୍କା ଦେଇନଥିଲା। ଏହି ଘଟଣା ନାବାଳକ ଜଣକ ଘରେ କହି ଦେବ ବୋଲି କହିଥିଲା। ଅଭିଯୁକ୍ତ ବାପି ଭୟଭୀତ ହୋଇ ନାବାଳକ ମୁହଁରେ ଗଞ୍ଜି ଜୋର ଜବରଦସ୍ତ କିଛି ସମୟ ମାଡ଼ି ରଖିବାରୁ ନାବାଳକଟି ଚେତା ଶୂନ୍ୟ ହୋଇପଡିଥିଲା। ପରେ ତାକୁ ଘର ପଛପାଖ ପାଇଖାନା ଟାଙ୍କିରେ ମୁଁହ ଏବଂ ଗୋଡ ହାତକୁ ଭିଡି ଟାଙ୍କି ଭିତରେ ଫିଙ୍ଗି ଦେଇଥିଲା। ତେବେ ଚେତାଶୂନ୍ୟ ଅବସ୍ଥାରେ ଥିବା ନାବାଳକର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ପୁରୀ ଏସପି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନାବାଳକର ମୃତ୍ୟୁ କିଭଳି ହେଲା ତାହା ଆହୁରି ସ୍ପଷ୍ଟ ହେବ ବୋଲି ପୁରୀ ଏସପି କହିଛନ୍ତି। ତେବେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଏସପି କହିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!