Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମସ୍ୟାବହୁଳ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲ

by ସଞ୍ଜୟ ସ୍ୱାଇଁ
April 22, 2025
in State
ସମସ୍ୟାବହୁଳ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲ
69
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ସମସ୍ୟାବହୁଳ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲ । ଲିଫ୍ଟ ପରିଚାଳନାରେ ମହାଦୁର୍ନୀତି ଅଭିଯୋଗ । ରକ୍ଷଣାବେକ୍ଷଣା ପାଇଁ ବର୍ଷକୁ ପ୍ରାୟ ୭୦ ଲକ୍ଷ ଟଙ୍କାର ହେଉଛି ବିଲ୍ । କିନ୍ତୁ ବର୍ଷରେ ଅଧାଦିନ ରୋଗୀଙ୍କୁ ବୋହି ନେବାକୁ ପଡୁଛି । ଯନ୍ତ୍ରାଂଶ ମିଳୁନଥିବା ଦର୍ଶାଇ ଠିକା ସଂସ୍ଥା ଅଚଳ ଲିଫ୍ଟ ମରମତି କରିବାରେ ଦିନ ଗଡ଼ାଉଛନ୍ତି । ହେଲେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କେବଳ ନୋଟିସ୍ କରି କୈଫିୟତ ମଗାଯାଇ ଚୁପ ବସୁଥିବା ଦେଖିବାକୁ ମିଳୁଛି । ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନହେବାରୁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । କାଜୁଆଲ୍ଟି ଓ ଅଇସିୟୁ ଭଳି ଜରୁରିକାଳୀନ ବିଭାଗରେ ମଧ୍ଯ କାମ କରୁନି ଲିଫ୍ଟ । MKCG ମେଡିକାଲରେ ବହୁତଳ ବିଶିଷ୍ଟ କୋଠାରେ ରୋଗୀଙ୍କୁ ସୁରକ୍ଷିତ ନେବାଆଣିବା ପାଇଁ ୩୨ଟି ଲିଫ୍ଟ ଥିବା ବେଳେ ଏହାର ସୁପରିଚାଳନା ପାଇଁ ୩୬ ଜଣ ଅପରେଟର ନିଯୁକ୍ତି ହୋଇଛନ୍ତି । କର୍ମଚାରୀ ଦରମା ବାବଦରେ ପ୍ରାୟ ୫୦ଲକ୍ଷ ଟଙ୍କା ବିଲ୍ ହେଉଛି । ମରାମତି ପାଇଁ ବାର୍ଷିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ମରାମତି ନାଁରେ ଏବଂ ପରିଚାଳନା ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଅଭିଯୋଗ ସମୟରେ ଅପରେଟର ନଥିବା ଦେଖିବାକୁ ମିଳୁଛି । ସେପଟେ ଏନେଇ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହସପିଟାଲ ଡିନ୍ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!