Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅମଳ ସମୟରେ କାଳବୈଶାଖୀ ଉଜାଡିଦେଲା ଫସଲ

by ସଞ୍ଜୟ ସ୍ୱାଇଁ
April 22, 2025
in State
ଅମଳ ସମୟରେ କାଳବୈଶାଖୀ ଉଜାଡିଦେଲା ଫସଲ
68
VIEWS
Share on FacebookShare on Twitter

ବାଙ୍କୀ, (ବାଘୁଆବାର୍ତ୍ତା): କ୍ଷେତରେ ଲୋଟି ଯାଇଛି ଧାନ କେଣ୍ଡା । ବର୍ଷା ପାଣିରେ ଭିଜୁଛି କଞ୍ଚା ଧାନ । ପାଣିରୁ ଛାଣି ଧାନକୁ ଟେକି ଧରୁଛି ଚଷା ପୁଅ । ଅଦିନିଆ କାଳବୈଶାଖୀ ବର୍ଷା ଏମିତି ଦୁଃଖ ଦେଇଛି ଯାହାକୁ ଭାବି ଭାବି ଆଖିର ନିଦ ହଜାଇ ଦେଲେଣି ଚାଷୀ । ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର, ବାଆଁରା ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ଅଦିନିଆ କାଳବୈଶାଖୀ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଡମପଡା ବ୍ଲକରେ ରବି ଋତୁରେ ୩ ହଜାର ୧୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । କିଏ ୧୦ ଦିନ ପରେ ତ କିଏ ୧୫ ଦିନ ପରେ ଧାନ ଅମଳ କରିଥାନ୍ତେ । ହେଲେ କାଳବୈଶାଖୀ ବର୍ଷା ସବୁ ନଷ୍ଟ କରିଦେଲା । ଧାନ ପାଣିରେ ବୁଡି ଗଜାକୁ ହେବାକୁ ବସିଥିବା ବେଳେ କିଛି ଚାଷୀ ତରତର ହୋଇ ଧାନ କାଟି ଅମଳ କରିବାରେ ଲାଗିପଡିଛନ୍ତି । ହେଲେ ଅନେକଙ୍କ ଧାନ ଏବେବି ପାଣିରେ ପଡି ରହିଛି । ହେଲେ ଏବେ ସୁଦ୍ଧା ଚାଷୀଙ୍କ ପାଖରେ ପ୍ରଶାସନ ପହଞ୍ଚି ନଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କୃଷି ବିଭାଗ କର୍ମଚାରୀ କ୍ଷେତ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବାକୁ ଚାଷୀ ମାନେ ଦାବି କରିଛନ୍ତି । ଏନେଇ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି । ଧାନ କ୍ଷୟକ୍ଷତିର ଆକଳନ ନିମନ୍ତେ ତହସିଲ ଓ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିଲା ପରେ କ୍ଷତିପୂରଣ ଦିଆଯିବ । ତେବେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କେବେ କାର୍ଯ୍ୟକାରୀ ହେଉଛି ଓ ଚାଷୀ ମାନେ କେବେ କ୍ଷତିପୂରଣ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!