Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରାଫିକ୍‌ ସେଡ୍‌ ଖୋଳାକୁ ନେଇ ପୂର୍ତ୍ତ-ବିଏମ୍‌ସି ମୁହାଁମୁହିଁ

by ସଞ୍ଜୟ ସ୍ୱାଇଁ
April 22, 2025
in State
ଟ୍ରାଫିକ୍‌ ସେଡ୍‌ ଖୋଳାକୁ ନେଇ ପୂର୍ତ୍ତ-ବିଏମ୍‌ସି ମୁହାଁମୁହିଁ
44
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାସ୍ତାର ମାଲିକ ପୂର୍ତ୍ତ ବିଭାଗ । ପଚରାଉଚରା ନାହିଁ । ବିଏମ୍‌ସି ସିଧା ଗାତ ଖୋଳି ବାଉଁଶ ପୋତୁଛି । ରାସ୍ତା ମଝିକୁ ବି ଛାଡୁନି । ଫିତା ପକାଇ ଯେଉଁଠି ମାପ ଛିଣ୍ଡିଲା, ସେଇଠି ଶାବଳ ମାରି ରାସ୍ତାରେ ଗାତ ଖୋଳିଲେ । ଏବେ ଗାତରେ ପାଣି ପଶି ରାସ୍ତା ଦବିବାକୁ ନେଇ ବିଏମ୍‌ସି-ପୂର୍ତ୍ତ ମୁହାଁମୁହିଁ ହୋଇଛନ୍ତି । ବିନା ଅନୁମତିରେ ରାସ୍ତା ଖୋଳାକୁ ନେଇ ବିଏମସିକୁ ତାଗିଦ କରିଛି ପୂର୍ତ୍ତ ବିଭାଗ । ପୂର୍ତ୍ତ ବିଭାଗ କହିଛି ଖୋଳିଛ ମାନେ ଏବେ ଟଙ୍କା ଭରିବ । ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ରାସ୍ତା) ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନଗର ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି, ବିଏମ୍‌ସି ବିନା ଅନୁମତିରେ ସହର ସବୁ ପ୍ରମୁଖ ଛକର ରାସ୍ତାରେ ଗାତ ଖୋଳି ବାଉଁଶ ପୋତୁଛି । ସିଟି ମହିଳା ମହାବିଦ୍ୟାଳୟ, ୟୁନିଟ୍‌-୮ ଡିଏଭି ସ୍କୁଲ ରାସ୍ତା, ୧୨୦ ବାଟାଲିଅନ, ନାଲକୋ ଛକ ଏବଂ ଅନ୍ୟ କିଛି ରାସ୍ତାରେ ବଡ଼ ବଡ଼ ଗାତ ଖୋଳା ହୋଇଛି । ଖାଲି ଏତିକି ନୁହେଁ, ବିଭିନ୍ନ ଛକରେ ବର୍ତ୍ତମାନ ମାଷ୍ଟିକ୍‌ ଆସ୍‌ଫାଲ୍ଟ ପଡୁଛି । ନୂଆ କରି ପଡ଼ିଥିବା ଏହି ମାଷ୍ଟିକ୍‌ ଆସ୍‌ଫାଲ୍ଟକୁ ମଧ୍ୟ ଖୋଳାଯାଉଛି । ଏହା ଦ୍ୱାରା ରାସ୍ତା ଫାଟିବାର ସମ୍ଭାବନା ରହିଛି । ରାସ୍ତାର ଗାତ ଖୋଳିବା ଦ୍ୱାରା ବର୍ଷା ପାଣି ଜକେଇ ରାସ୍ତାରେ ପଶୁଛି । ରାସ୍ତାରେ ପାଣି ପଶି ଘଳିଆ ପଡ଼ିବାରୁ ଏହା ଦବୁଛି । ଏଥିପାଇଁ ବିଏମ୍‌ସି ଦାୟୀ ରହିବ କି ବୋଲି ପ୍ରଶ୍ନ କରିଛି ପୂର୍ତ୍ତ ବିଭାଗ । ମୁଖ୍ୟଯନ୍ତ୍ରୀ ଏନେଇ ବିଏମ୍‌ସି, ପୂର୍ତ୍ତ ବିଭାଗ, କମିଶନରେଟ୍‌ ପୁଲିସକୁ ମଧ୍ୟ ଅବଗତ କରାଇଛନ୍ତି । ଏତିକିରେ କଥା ଅଟକି ନାହିଁ । ଏହି ଘଟଣା ଏବେ ସଚିବ ସ୍ତରରେ ମଧ୍ୟ ପହଞ୍ଚିଲାଣି । ପୂର୍ତ୍ତ ବିଭାଗର ଏହି ଚିଠି ପରେ ବି ବିଏମ୍‌ସି ବେଫିକର । ଦୁଇ ଦିନ ତଳେ ବିଏମ୍‌ସି ଜାଗମରା ଛକରେ ନୂଆ ଟ୍ରାଫିକ୍‌ ସେଡ ନିର୍ମାଣ କରିଛି। ଏଥିରେ ରାସ୍ତା ମଝିକୁ ଖୋଳି ବାଉଁଶ ପୋତିଛି । ଫଳରେ ଏହି ରାସ୍ତାରେ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହୋଇଛି । ମଝି ରାସ୍ତାରେ ବାଉଁଶ ବନ୍ଧାକୁ ନେଇ ସ୍ଥାନୀୟ ଲୋକେ ବି ପ୍ରତିବାଦ କରିଛନ୍ତି । ପୂର୍ବରୁ ରାସ୍ତା ଖୋଳାକୁ ନେଇ ସବୁ ବିଭାଗକୁ ବିଏମ୍‌ସି ଅନୁମତି ଦେଉଥିଲା । ହେଲେ ନିଜେ ରାସ୍ତା ଖୋଳିବା ବେଳେ ଅନୁମତି ନ ନେବାରୁ ଫସିଛି ବିଏମସି । ଜଣେ ବରିଷ୍ଠ ଯନ୍ତ୍ରୀ କହିଛନ୍ତି ଯେ ରାସ୍ତାରେ ସେଡ୍‌ କରିବାକୁ ଡିଭାଇଡର ଖୋଳି ପୋତିବାକୁ କୁହାଯାଇଛି । ହେଲେ ବିଏମ୍‌ସି ରାସ୍ତାକୁ ଖୋଳି ପକାଉଛି । ଫଳରେ ରାସ୍ତାରେ ଲୋକେ ଯିବା ଆସିବାରେ ଅସୁବିଧା ଉପୁଜୁଛି । ତେବେ ରାସ୍ତାରେ ଯେଉଁ ବାଉଁଶ ପୋତା ହେଉଛି, ଗୋଟିଏ କାଳବୈଶାଖୀରେ ତାହା ଭାଙ୍ଗିଯାଉଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ତ୍ତ ବିଭାଗ ଚିଠି ହସ୍ତଗତ ହୋଇଛି । ଏହା ପରେ ପୁଣି ଥରେ ଆମେ ଗାତ ଖୋଳିବାକୁ ଅନୁମତି ମାଗିଛୁ । ଏଣିକି ଡିଭାଇଡରରେ ଗାତ ଖୋଳାଯିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!