Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରି, ୩ ହଜାରରୁ ଅଧିକ ପରିବାର ପାଇବେ ଲାଭ

by ସଞ୍ଜୟ ସ୍ୱାଇଁ
April 22, 2025
in State
ବେଆଇନ ସଙ୍ଗଠନର ସଦସ୍ୟ ହେବା ମଧ୍ୟ ଅପରାଧ :  ସୁପ୍ରିମ କୋର୍ଟ
79
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମୃତ ସରକାରୀ କର୍ମଚାରୀଙ୍କ ପରିବାରଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ । ସ୍କୁଲ୍‌, କଲେଜଠାରୁ ଆରମ୍ଭ କରି ସଚିବାଳୟରେ କାର୍ଯ୍ୟ କରୁଥିବା ୩ ହଜାରରୁ ଉଦ୍ଧ୍ୱର୍ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୋମବାର ସୁପ୍ରିମକୋର୍ଟରେ ଏହା କହିଛନ୍ତି । ସେ କହିଛନ୍ତି, ଏ ନେଇ ୨୦୨୦ ନିୟମର ସଂଶୋଧନ କରାଯାଇଛି । ସଂଶୋଧିତ ଆଇନ ୨୦୨୫ ଅନୁଯାୟୀ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀ ପ୍ରାଣ ହରାଇଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଓଡ଼ିଶା ସରକାର ସରକାରୀ ଚାକିରି ଦେବେ । ବିଚାରପତି ଜେ କେ ମାହେଶ୍ୱରୀ ଏବଂ ବିଚାରପତି ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଏହି ମାମଲାର ସୋମବାର ଶୁଣାଣି ହୋଇଥିଲା । ଏଜି ପୀତାମ୍ବର ଆଚାର୍ଯ୍ୟ କହିଥିଲେ, ୧୯୯୦ର ଆଇନ ଅନୁସାରେ ସରକାରୀ ଚାକିରିରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ ପ୍ରାଣ ହରାଇଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ବ୍ୟବସ୍ଥା ଥିଲା । ୨୦୨୦ରେ ଏହି ନିୟମକୁ ତତ୍‌କାଳୀନ ସରକାର ପରିବର୍ତ୍ତନ କରିଥିଲେ । ନୂଆ ସରକାର ଏହାକୁ ସଂଶୋଧନ କରିଛନ୍ତି । ଏହା ସରକାରୀ ଗେଜେଟ୍‌ରେ ପ୍ରକାଶ ପାଇଛି । ତେବେ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ବ୍ଲକ୍‌ ଗ୍ରାଣ୍ଟ ପାଉଥିବା କେତେକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରତିବାଦୀଙ୍କ କ୍ଷେତ୍ରରେ ଏହି ଆଇନ କାର୍ଯ୍ୟକାରୀ ହେବନି । ସେମାନଙ୍କ ମାମଲା ଅଲଗା ଭାବେ ବିଚାର କରାଯାଉଛି । ଏମାନଙ୍କ ସଂଖ୍ୟା ୨୦/୨୫ ହୋଇପାରେ ବୋଲି ଏଜି କହିଥିଲେ । ସେମାନଙ୍କ ଏକ ଅଲଗା ତାଲିକା କରିବା ପାଇଁ ଖଣ୍ଡପୀଠ କହିଥିଲେ । ପରବର୍ତ୍ତୀ ଶୁଣାଣି ମେ ୨ ତାରିଖରେ ରାଜ୍ୟ ସରକାର ଏହି ତାଲିକା କୋର୍ଟରେ ଉପସ୍ଥାପନ କରିବେ । ସୁପ୍ରିମକୋର୍ଟରେ ପାଖାପାଖି ୩ଶହରୁ ଉଦ୍ଧ୍ୱର୍ ପ୍ରତିବାଦୀ ରହିଛନ୍ତି । ଦେବାଶିଷ ରଥ ନାମକ ଜଣେ ପ୍ରତିବାଦୀଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ସୁରେନ୍ଦ୍ର କୁମାର ପତ୍ରୀ ଓ ଓକିଲ ରଭିଶ କୁମାର ତ୍ରିପାଠୀ ସେମାନଙ୍କ ପକ୍ଷ ରଖିଥିଲେ । ଉଲ୍ଳେଖନୀୟ ଯେ, ୨୦୨୦ରେ ନବୀନ ପଟ୍ଟନାୟକଙ୍କ ସରକାର ୧୯୯୦ ଆଇନର ସଂଶୋଧନ କରିବା ଫଳରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିଲେ । କେତେକ କର୍ମଚାରୀଙ୍କ ପରିବାର ସଦସ୍ୟ ଓଡ଼ିଶା ହାଇକୋର୍ଟରେ ଏହା ବିରୋଧରେ ଆବେଦନ କରିଥିଲେ । ଓଡ଼ିଶା ହାଇକୋର୍ଟ ରାଜ୍ୟ ସରାକାରଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ । ନବୀନ ପଟ୍ଟନାୟକ ସରକାର ୨୦୨୩ ଜୁନ୍‌ ୨୭ରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତ ଫେବ୍ରୁଆରୀ ୨ରେ ସୁପ୍ରିମକୋର୍ଟରେ ଏହି ମାମଲାର ପ୍ରଥମ ଶୁଣାଣି ହୋଇଥିଲା । ଏଜି ପୀତାମ୍ବର ଆଚାର୍ଯ୍ୟ ସୁପ୍ରିମକୋର୍ଟରେ କହିଥିଲେ ଯେ, ନୂଆ ରାଜ୍ୟ ସରକାର ୨୦୨୦ର ଏହି ଆଇନର ପୁନର୍ବିଚାର କରିବା ପାଇଁ ଚିନ୍ତା କରୁଛନ୍ତି । ଏହାପରେ ମାମଲା ଏପ୍ରିଲ ୨୧କୁ ସ୍ଥଗିତ ହୋଇଥିଲା । ଆଜି ଏହାର ଶୁଣାଣି ଶେଷ ହେବା ପରେ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ‘ପ୍ରମେୟ’କୁ କହିଥିଲେ ଯେ, ନୂଆ ସରକାରଙ୍କ ସଂଶୋଧିତ ଆଇନ-୨୦୨୫ ଦ୍ୱାରା ୩ ହଜାରରୁ ଉଦ୍ଧ୍ୱର୍ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟ ଏଥିରୁ ଲାଭବାନ ହେବେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!