ଦଶପଲ୍ଲା, (ବାଘୁଆବାର୍ତ୍ତା): ଗତ ବିଳମ୍ୱିତ ରାତିରେ ହୃଦଘାତ ରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଜ୍ୟୋଷ୍ଠ ଭ୍ରାତା ତଥା ଅବସରପ୍ରାପ୍ତ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି। ସେ ଖୁବ୍ ମେଳାପି, ବନ୍ଧୁ ବତ୍ସଳ , ସମାଜସେବୀ ଭାବେ ବେଶ୍ ପରିଚିତ ଥିଲେ। ଖବର ସବୁ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ଦଶପଲ୍ଲା, ସିମିଳୀସାହି ବାସଗୃହ ଠାରେ ବହୁ ଲୋକ ପହଞ୍ଚି ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।






