ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ଜିଲ୍ଲାପାଳଙ୍କ ସଦଭାବନା ସଭାଗୄହରେ ଆଜି ପାଳନ ହୋଇଯାଇଛି । ଉକ୍ତ ଉତ୍ସବକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସିଡିଓ କମ୍ ପିଏଚଓ ସୁଶାନ୍ତ କୁମାର ଦାଶ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରୋଟେକ୍ସନ ଅଫିସର ଓ ଜିଲ୍ଲା ସଂଯୋଜକ ପରିଚାଳନା କରିଥିଲେ ।

ପୋଷଣ ପକ୍ଷ ପାଳନ କାର୍ଯ୍ୟକ୍ରମରେ ପୋଷଣର ଗୁରୁତ୍ୱ, ଜୀବନର ପ୍ରଥମ ୧୦୦୦ ଦିନର ଗୁରୁତ୍ୱ, ଅତିଶୟ ପୄଷ୍ଟିହୀନ ଶିଶୁଙ୍କୁ ଗୋଷ୍ଠୀ ଭିତ୍ତିକ ପରିଚାଳନା, ସୁସ୍ଥ ଜୀବନ ଶୈଳୀ,ତୄଣମୂଳ ସ୍ତରରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୄଷ୍ଟି କରିବା ପାଇଁ ଅବଗତ କରାଇଥିଲେ । ଜିଲ୍ଲାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଞ୍ଚଳ ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ଥିଲେ । ଅଙ୍ଗନବାଡ଼ି କର୍ମୀମାନେ ବିଭିନ୍ନ ପ୍ରକାର ପୄଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ ।

ଏହିସବୁ ଖାଦ୍ୟକୁ ଜିଲ୍ଲାପାଳ ଓ ଅନ୍ୟ ସମ୍ମାନିତ ଅତିଥିମାନେ ପରିଦର୍ଶନ କରିଥିଲେ । ଖାଦ୍ୟ ପ୍ରଦର୍ଶନୀରେ ନୟାଗଡ଼ର ମିନତୀ ମିଶ୍ର ପ୍ରଥମ ସ୍ଥାନ, ଭାପୁର ଦ୍ବିତୀୟ ଓ ଖଣ୍ଡପଡ଼। ତୄତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୋଷଣ ପକ୍ଷ କେବଳ ନିର୍ଦ୍ଦିଷ୍ଟ ପକ୍ଷରେ ସୀମିତ ନ ରହି ଏହି କାର୍ଯ୍ୟକ୍ରମ ବର୍ଷସାରା ପାଳନ କରିବା ପାଇଁ ଅଙ୍ଗନବାଡି କର୍ମୀମାନଙ୍କୁ ଜଣାଇଥିଲେ । ପରିଶେଷରେ ପ୍ରୋଗ୍ରାମ ଅଫିସର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।






