Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ଜାଲରେ ୫ଜଣିଆ ଡକାୟତ ଗ୍ୟାଙ୍ଗ୍, ଲୁଟି ନେଇଥିବା ଲକ୍ଷେ ଟଙ୍କା ସହ ଦାମିକା କାର୍ ଓ ଅସ୍ତ୍ରଶସ୍ତ୍ର ଜବତ

by ସଞ୍ଜୟ ସ୍ୱାଇଁ
April 21, 2025
in Crime, State
ପୁଲିସ ଜାଲରେ ୫ଜଣିଆ ଡକାୟତ ଗ୍ୟାଙ୍ଗ୍, ଲୁଟି ନେଇଥିବା ଲକ୍ଷେ ଟଙ୍କା ସହ ଦାମିକା କାର୍ ଓ ଅସ୍ତ୍ରଶସ୍ତ୍ର ଜବତ
50
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଜଳେଶପଟ୍ଟା ପୋଲ ନିକଟରେ ରବିବାର ଭୋର୍ ୩ଟାରେ ଏକ ବଡ଼ଧରଣର ଡକାୟତି ହୋଇଥିଲା । ତେବେ ତୁମୁଡ଼ିବନ୍ଧ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ୫ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ କାବୁ କରିବାରେ ସଫଳ ହୋଇଛି। ସେମାନେ ହେଲେ ସାରଙ୍ଗଗଡ଼ ଥାନା ଗଣ୍ଡ୍ରିଗାଁର ରଞ୍ଜନ ପ୍ରଧାନ (୨୫), ବାଲିଗୁଡ଼ା ନୂଆସାହିର ସୁଧାଂଶୁ ବାଗ୍ (୨୩), ପ୍ରତୀକ ହଂସ (୨୨), ସଂଗ୍ରାମ ପାତ୍ର (୨୧) ଏବଂ ବାରଖମା ନିକଟ ତଗାକିଆର ଗୌର ଗୌଡ଼ (୨୦)। ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବେଳେ ସେମାନଙ୍କଠୁ ଲୁଟ୍ ହୋଇଥିବା ୧ ଲକ୍ଷ ଟଙ୍କା ଓ ୨୧.୫ ଲକ୍ଷ ଟଙ୍କା ମୂଲ୍ୟର ଦାମିକା କ୍ରେଟା କାର୍ ଏବଂ ଗୋଟିଏ ବନ୍ଧୁକ, ଗୋଟିଏ ରାଇଫଲ୍, ଦୁଇଟି କାତି, ୫ଟି ମୋବାଇଲ୍ ଓ ୫ଟି କଳାମୁଖା ଜବତ ହୋଇଛି।

ଏନେଇ ତୁମୁଡ଼ିବନ୍ଧ ଥାନାରେ କେସ୍ ନମ୍ବର ୪୯/୨୫ରେ ଏକ ମାମଲା ରୁଜୁ ହୋଇଥିବା ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଅଞ୍ଚଳର ବିଜୟ କୁମାର ମିଶ୍ର (୩୫) ତାଙ୍କ କାର୍ (କ୍ରେଟା)ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଯାଉଥିଲେ। ରବିବାର ଭୋର୍ ୩ଟା ବେଳେ ତାଙ୍କ କାର୍‌କୁ ଏକ ଏକ୍ସୟୁଭି କାର୍ ପିଛା କରିଥିଲା। ତୁମୁଡ଼ିବନ୍ଧ ଥାନା ଜଳେଶପଟ୍ଟା ପୋଲ ନିକଟରେ ଡକାୟତ ଦଳ ତାଙ୍କ କାର୍ ଆଗରେ ହଠାତ୍ ଗାଡ଼ି ରଖି ବାଗ୍ ଅଟକାଇଥିଲେ । ଡ୍ରାଇଭର୍ ପ୍ରଦୀପ (୩୩)ଙ୍କ ମୁଣ୍ଡରେ ବନ୍ଧୁକ ରଖି ଭୟଭୀତ କରିଥିଲେ । ପରେ ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କା, ଗୋଟିଏ ଆଇ ଫୋନ୍ ମୋବାଇଲ୍ ଓ ଗୋଟିଏ ରିୟଲମି ମୋବାଇଲ୍ ସହ କାର୍ ଛଡ଼ାଇ ନେଇଥିଲେ | ବିଜୟ ସକାଳେ ତୁମୁଡ଼ିବନ୍ଧ ଥାନାରେ ପହଞ୍ଚି ଥାନାଧିକାରୀ ଆଶୁତୋଷ ଜେନାଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ । ଥାନାଧିକାରୀ ଓ ଟିମ୍ ବିଭିନ୍ନ ସ୍ଥାନରେ ଧରପଗଡ଼ କରି ଉକ୍ତ ଗ୍ୟାଙ୍ଗ୍‌କୁ ମଧ୍ୟାହ୍ନରେ କାବୁ କରିବାରେ ସଫଳ ହୋଇଥିଲେ । ଏହି ଗ୍ୟାଙ୍ଗ୍‌ରେ ଆଉ କିଏ ସଂପୃକ୍ତ ଅଛନ୍ତି, ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବିଷୟ ଏସଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!