Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଟୋକୁ ଧକ୍କା ଦେଇ ହାଇୱା ଫେରାର

by ସଞ୍ଜୟ ସ୍ୱାଇଁ
April 21, 2025
in Accident, State
ଅଟୋକୁ ଧକ୍କା ଦେଇ ହାଇୱା ଫେରାର
13
VIEWS
Share on FacebookShare on Twitter

ଆନନ୍ଦପୁର, (ବାଘୁଆବାର୍ତ୍ତା): ଅଟୋକୁ ଧକ୍କାଦେଇ ହାଇୱା ଫେରାର। ଦୁର୍ଘଟଣାରେ ଅଟୋ ଚୁରମାର୍। ଅଟୋରେ ବସିଥିବା ୨ଯାତ୍ରୀ ଗୁରୁତର ୬ ଆହତ। ୨୦ ନଂ ଜାତୀୟ ରାଜପଥର ଆନନ୍ଦପୁର କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ସାମ୍ନାରେ ଘଟିଛି ଦୁର୍ଘଟଣା । ବାରିଗାଁର ଏକ ସ୍ବୟଂସହାୟକ ଗୋଷ୍ଠୀର ୭ଜଣ ମହିଳା ସୋମବାର ମଧ୍ୟାହ୍ନରେ ବ୍ୟାଙ୍କ୍ କାମ ସାରି ଅଟୋ ଯୋଗେ ଫେରୁଥିଲେ। ଏହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ ହାଇୱା ଅଟୋକୁ ଧକ୍କାଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣା ଏତେ ଜୋରେ ଥିଲା ଯେ ଅଟୋଟି ରାସ୍ତା ପାର୍ଶ୍ବକୁ ଛିଟିକି ପଡିଥିଲା। ଖବରପାଇ ଘଷିପୁରା ଅଗ୍ନିଶ୍ରମ କର୍ମଚରୀମାନେ ପହଁଞ୍ଚି ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଡ୍ରାଇଭରକୁ ମିଶାଇ ଅଟୋରେ ଥିବା ୮ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ରହିଛନ୍ତି। ତେବେ ଭୁଲ୍ ସାଇଟ୍ ରେ ଅଟୋଟି ଆସୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଘଷିପୁରା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡି ସମ୍ପର୍କରେ ଖୋଳତାଡ ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!