Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳକ ଆଶୀର୍ବାଦର ହତ୍ୟାର ପର୍ଦ୍ଦାଫାସ

by ସଞ୍ଜୟ ସ୍ୱାଇଁ
April 21, 2025
in Crime, State
ନାବାଳକ ଆଶୀର୍ବାଦର ହତ୍ୟାର ପର୍ଦ୍ଦାଫାସ
176
VIEWS
Share on FacebookShare on Twitter

ଡେଲାଙ୍ଗ, (ବାଘୁଆବାର୍ତ୍ତା): ସାତ ଦିନ ପରେ ହଟିଲା ପରଦା । ପୁରୀ ଡେଲାଙ୍ଗ ଥାନା ରତନପୁର ନାବାଳକ ହତ୍ୟାର ପର୍ଦ୍ଦାଫାସ। ବ୍ୟାବସାୟିକ ଶତ୍ରୁତାରୁ ୧୧ ବର୍ଷୀୟ ଆଶୀର୍ବାଦକୁ ହତ୍ୟା କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି। ଆଜି ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ସ୍ୱତ୍ରନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ମୃତ ଆଶୀର୍ବାଦର ଶବ ବ୍ୟବଚ୍ଛେଦ କରାଯାଇଥିବାବେଳେ ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ଏପରି କି ଡିଏନଏ ଟେଷ୍ଟ ପାଇଁ ମଧ୍ୟ ସାମ୍ପଲ ସଂଗ୍ରହ କରାଯାଇଛି । ମାମଲାରେ ଜଣକୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି। ଗତ ମଙ୍ଗଳବାର ନିଖୋଜ ହୋଇଥିଲା ମାନସ ସାହୁଙ୍କ ପୁଅ ଆଶୀର୍ବାଦ। ସୋମବାର ହିଁ ପାଖ ଘରର ପାଇଖାନା ଟାଙ୍କିରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା। ଅଭିଯୁକ୍ତର ନାଁ ହେଲା ବାପି ସାହୁ। ଅଭିଯୁକ୍ତ ବାପି ଆଶୀର୍ବାଦର ପଡୋଶୀ ଘରର ଦାଦା । ଗତକାଲି ତାକୁ ଟାଙ୍ଗୀ ଚାନ୍ଦପୁର ଏକ ଢାବାରୁ ଧରି ପଚାର ଉଚରା ପରେ ଘଟଣାର ପର୍ଦ୍ଦାଫାସହୋଇଛି। ଉତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭାଙ୍ଗି ଦେଇଥିବାର ଜଣାପଡିଛି । ସୂଚନା ଅନୁସାରେ ଆଶୀର୍ବାଦର ଗୁପ୍ତାଙ୍ଗ କଟାଯାଇଥିବା ନେଇ ନାନା ସନ୍ଦେହ ଉଠିଛି। ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଥିବା ବେଳେ ଡିଏନଏ ଟେଷ୍ଟ ମଧ୍ୟ କରାଯିବ ବୋଲି ପୋଲିସ କହିଛି । ଏଥିରେ କେବଳ ଅଭିଯୁକ୍ତର ସଂପୃକ୍ତି ରହିଛି ନା ଆଉ କିଏ ଏଥିରେ ସାମିଲ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଏସପି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!